Advertisment

ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା: ୨ ମୃତ, ୬ ଆହତ

ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।

Accident

Accident

Advertisment

ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

Advertisment

ଆଜି ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ବ୍ରହ୍ମଗିରିରୁ କଟକ ଯାଉଥିବା ବେଳେ ବାଇକ୍‌ଟିକୁ ଧକ୍କା ଦେଇଥିଲା। ମୃତ ବାଇକ ଚାଳକଙ୍କ ନାଁ କମଳ ସାମନ୍ତରାୟ। ତାଙ୍କ ଘର ଅପିଠି ଗାଁରେ। ବ୍ରହ୍ମଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।

ସେହିପରି ନୟାଗଡ଼ ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଚାନ୍ଦପୁର ବାଇପାସ୍‌ରେ ଆଜି ଭୋରରେ ଏକ ଟ୍ରକ୍ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe