Advertisment

୨ ଛାତ୍ର ନିଖୋଜ, କାଲିଠୁ ସ୍କୁଲରୁ ଫେରିନାହାନ୍ତି

ଅଭିଯୋଗ ପରେ ପୁଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhubaneswar

Bhubaneswar

ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ୨ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର।

Advertisment

ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ। ତା’ପରେ ସେମାନେ ଆଉ ସ୍କୁଲକୁ ଫେରିନଥିଲେ। ସ୍କୁଲ ଛୁଟି ପରେ ପୁଅ ଘରକୁ ନ ଫେରିବାରୁ ବାପାମା’ ବ୍ୟସ୍ତ ହୋଇ ସ୍କୁଲରେ ଯାଇ ପଚରାଉରା କରିଥିଲେ। ହେଲେ ସ୍କୁଲରେ ଦୁଇ ଛାତ୍ରଙ୍କୁ ସେମାନେ ପାଇ ନଥିଲେ। ଏନେଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ ପରିବାର ବର୍ଗ।

ଅଭିଯୋଗ ପରେ ପୁଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଛି। ଏଥିସହ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଏହି ଦୁଇ ଛାତ୍ରଙ୍କୁ କିଏ ଅପହରଣ କରି ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ଦୁଇ ଛାତ୍ରଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କ ପଚରାଉଚର ଜାରି ରଖିଛି। 

Advertisment
Bhubaneswar