Advertisment

ରାଜଧାନୀରେ ଫୁଟିଲା ଗୁଳି, ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

ଅଭିଯୁକ୍ତମାନେ ଘଟଣାସ୍ଥଳରେ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Gun

GUN

 ଭୁବନେଶ୍ୱରର ୩୨ ନମ୍ବର ୱାର୍ଡର କର୍ପୋରେଟରଙ୍କ ଶ୍ରୀଧର ଜେନାଙ୍କ ଭାଇ ଓ ତାଙ୍କ ପୁତୁରାଙ୍କୁ ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆହତମାନେ ହେଲେ କର୍ପୋରେଟରଙ୍କ ବଡ଼ ଭାଇ ଶିଖର ଜେନା ଓ ତାଙ୍କ ପୁତୁରା ଆଲୋକ ଜେନା। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅଭିଯୁକ୍ତମାନେ ଘଟଣାସ୍ଥଳରେ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ହେବାର ଆଶଙ୍କା ଥିବାରୁ ଝାରପଡ଼ାରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ରାଜନୈତିକ ଆକ୍ରୋଶରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

କର୍ପୋରେଟର ଶ୍ରୀଧର ଜେନାଙ୍କ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୋ ପୁତୁରା ଘରକୁ ଫେରୁଥିଲା। ଏହି ସମୟରେ ପ୍ରଜାପତି ମଣ୍ଡପ ନିକଟରେ ପ୍ରଭାତ ମାଥା ସହ ୧୦ରୁ ୧୫ ଜଣ ଯୁବକ ମୋ ପୁତୁରାକୁ ବାଟରେ ଅଟକାଇଥିଲେ। ପରେ ମୋ ପୁତୁରା ଏନେଇ ଘରକୁ ଫୋନ୍ କରି ଜଣାଇଥିଲା। ଏହି ଖବର ଶୁଣି ମୁଁ , ମୋ ବଡ଼ ଭାଇ ଓ ତାଙ୍କ ସାନ ପୁଅ ଘଟଣାସ୍ଥଳରେ ପହଞ୍ଚିଥିଲୁ। ସେଠାରେ ସେମାନେ ଆମମାନଙ୍କୁ ଖରାପ ଭାଷାରେ ଗାଳିମନ୍ଦ କରିଥିଲେ। ପରେ ପୁଲିସ ଉପସ୍ଥିତରେ ସେମାନେ ୬ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ପୁଲିସ ସେମାନଙ୍କଠାରୁ ବନ୍ଧୁକ ଜବତ କରିଥିଲା। ମୁଁ ପୁଲିସ ସହ କଥା ହେଲାବେଳେ ସେମାନେ ମୋ ବଡ଼ ଭାଇ ଓ ପୁତୁରାକୁ ଆଉ ଏକ ବନ୍ଧୁକରେ ଗୁଳିମାଡ଼ ମାରିଥିଲେ। ଗୁଳିଟି ଦୁଇ ଜଣଙ୍କ ଗୋଡରେ ବାଜିଥିଲା।

Advertisment
Bhubaneswar Firing