ବୈଠକ ଡାକିଲେ, ତାଗିଦ୍ ବି କଲେ; ତଥାପି ଜାରି ରହିଛି ଅଘୋଷିତ ପାୱାର କଟ୍

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଟାଟା ପାୱାର ବିଭିନ୍ନ ଆଳ ଦେଖାଇ ବାରମ୍ବାର ପାୱାର କଟ୍ ଜାରି ରଖି ଲୋକଙ୍କ ଜୀବନକୁ ଅଧିକ ଦୁର୍ବିସହ କରିଦେଇଛି ।

representational image PhotoOR

representational image

Ordigital Desk
  • Published: Monday, 12 June 2023
  • Updated: 13 June 2023, 02:53 PM IST

Sports

Latest News

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଟାଟା ପାୱାର ବିଭିନ୍ନ ଆଳ ଦେଖାଇ ବାରମ୍ବାର ପାୱାର କଟ୍ ଜାରି ରଖି ଲୋକଙ୍କ ଜୀବନକୁ ଅଧିକ ଦୁର୍ବିସହ କରିଦେଇଛି । ଟାଟା ପାୱାରର ଏଭଳି ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ସେବାକୁ ନେଇ ଖୋଦ୍ ମୁଖ୍ୟ ସଚିବ ପ୍ରଦୀପ ଜେନା କ୍ଷୁବ୍ଧ ହେବା ସହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଥିଲେ ମଧ୍ୟ ସ୍ଥିତିରେ ସାମାନ୍ୟତମ ସୁଧାର ଆସିନି, ଓଲଟା ରାଜଧାନୀ ଭୁବନେଶ୍ୱରରେ ତୁହାକୁ ତୁହା ପାୱାର କଟ୍ ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ୪ଟି ଯାକ ବିଦ୍ୟୁତ ବିତରଣ ସଂସ୍ଥାକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ଦ୍ୱାରା ଚଳିତବର୍ଷ କାହିଁକି ଏଭଳି ପାୱାର କଟ୍ (ଦିନକୁ ଅତିକମରେ ୧୦ରୁ ୧୨ଥରରେ ୪ଘଣ୍ଟା ବିଦ୍ୟୁତ କାଟ) ହେଉଛି? ଗତ ୩-୪ବର୍ଷ ଧରି ରାଜ୍ୟରେ ସେଭଳି ଆଖିଦୃଶିଆ ପାୱାର କଟ୍ ହେଉନଥିବାବେଳେ ଚଳିତବର୍ଷ ଏତେ ପରିମାଣରେ ପାୱାର କଟ୍ କାହିଁକି ହେଉଛି ଓ ତା’ପଛରେ କ’ଣ ରହସ୍ୟ ସେ ନେଇ ଉଭୟ ରାଜ୍ୟ ସରକାର ଓ ଟାଟା ପାୱାର ନିରବ ରହିଥିବା ଜଣାପଡ଼ିଛି ।

ଗତ ୫ଦିନ ପୂର୍ବରୁ କାଳବୈଶାଖୀ ଯୋଗୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବାରୁ ବଂଚିତ ହୋଇଥିଲା । ଅସହ୍ୟ ଗରମ ଓ ଗୁଳିଗୁଳି ଉପରେ ବିଭିନ୍ନ ବୈଷୟିକ ଆଳ ଦେଖାଇ ଟାଟା ପାୱାର ଦ୍ୱାରା ପାୱାର କଟ୍ ଯୋଗୁ ଲୋକଙ୍କ ଜୀବନ ଅଧିକ ଦୁର୍ବିସହ ହୋଇପଡ଼ିଥିଲା । ଏପରିକି ପାୱାର କଟ୍ ଅଭିଯୋଗ ପାଇଁ ଉଦ୍ଦିଷ୍ଟ କଲସେଂଟର ନମ୍ବରକୁ ଟାଟା ପାୱାର ଅସ୍ଥାୟୀ ଅକାମୀ କରି ଦେବାରୁ ସାଧାରଣ ଲୋକେ ଅଭିଯୋଗ କେଉଁଠି କରିବେ ତାହା ବି ବୁଝିପାରିଲେ ନାହିଁ ।

Also Read

ଟାଟା ପାୱାରର ଏଭଳି ମନମୁଖୀ କାର୍ଯ୍ୟ ଓ ବିଦ୍ୟୁତ ଯୋଗାଣ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଥିଲେ । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ରୋକିବା ଓ ଲାଇନ୍ କଟିଗଲେ ତୁରନ୍ତ ଯୋଗାଇ ଦେବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଆଇଏମଡିର ପୂର୍ବାନୁମାନ ଯୋଗୁ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ନିମନ୍ତେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜେନା ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବଳ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପ ସୁନିଶ୍ଚିତ କରିବାକୁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା(ଡିସକମ୍ ) ଟାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଲୋକଙ୍କ ଅଭିଯୋଗ ଶୁଣିବା ଓ ଏହାର ତୁରନ୍ତ ସମାଧାନ ପାଇଁ କଲସେଂଟରଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସମସ୍ତ ବିକଳ୍ପ ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ । ଆସନ୍ତା ୧୦-୧୫ବର୍ଷର ବିଦ୍ୟୁତ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିଶନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍ ଓ ଡିସକମ୍ କମ୍ପାନୀକୁ ସରକାର ପରାମର୍ଶ ଦେଇଛନ୍ତି । ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ବର୍ଷ ପାଇଁ ବହୁବାର୍ଷିକ କ୍ୟାପେକ୍ସ ପ୍ଲାନ୍ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର,କଟକ ସମେତ ବିଭିନ୍ନ ମହାନଗର, ପୌର ଓ ଗ୍ରାମାଂଚଳରେ ଆକଳିତ ଲୋଡ୍ ଅଭିବୃଦ୍ଧି ପୂରଣ ପାଇଁ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେହିପରି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ବୈଠକରେ ଡିସକମ କମ୍ପାନୀଗୁଡ଼ିକୁ ପ୍ରାକ୍ ମୌସୁମୀ ଗଛ ଡାଳ କାଟିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଉନ୍ନତମାନର ଇନସୁଲେଟର ଲଗାଇବା ଓ କ୍ଷତିଗ୍ରସ୍ତ ଇନସୁଲେଟରକୁ ବଦଳାଇବାକୁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ମୌସୁମୀ ସମୟରେ ବାତ୍ୟା ଓ କାଳବୈଶାଖୀଜନିତ କ୍ଷୟକ୍ଷତି ହ୍ରାସ କରାଯାଇପାରିବ ।

ଅନ୍ୟପକ୍ଷରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପରିମାଣର ମାନବସମ୍ବଳ ଓ ସାମଗ୍ରୀ ସଂଗ୍ରହ କରାଯାଇଥିବା ନେଇ ଟାଟା ପାୱାରର ୪ଟି ଯାକ ଡିସକମ କମ୍ପାନୀର ସିଇଓମାନେ ବୈଠକରେ ଅବଗତ କରାଇଥିଲେ । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ ସେଂଟର ଓ ଉତ୍ସର୍ଗୀକୃତ ଟିମର କ୍ଷମତା ବୃଦ୍ଧି କରାଯାଉଥିବା ନେଇ ଟାଟା ପାୱାର ସୂଚନା ଦେଇଛି । ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସିଙ୍କ ଅନୁମୋଦନ ପାଇଁ ଦାଖଲ ହୋଇଥିବା ସୂଚନା ଦିଆଯାଇଥିଲା ।

ତେବେ, ମୁଖ୍ୟ ସଚିବ ଶ୍ରୀ ଜେନା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ବିଦ୍ୟୁତ ବ୍ରିଭାଟର ସମୀକ୍ଷା କରିଥିଲେ ମଧ୍ୟ ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର(ସମସ୍ତ ୪ଟି କମ୍ପାନୀ)ର ମାନସିକତାରେ ପରିବର୍ତ୍ତନ ଆସିନି । ଆଜି ବି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ପାୱାର କଟ୍ ଜାରି ରହିଥିବାବେଳେ ଗ୍ରାମାଂଚଳ ଓ ଅନ୍ୟାନ୍ୟ ଅଂଚଳର ସ୍ଥିତି ଆହୁରି ସଙ୍ଗୀନ ହୋଇ ରହିଛି । ଟାଟା ପାୱାର କାହିଁକି ଏଭଳି ଘନ ଘନ ପାୱାର କଟ୍ କରୁଛି ସେ ନେଇ ସରକାରଙ୍କଠୁ ଆରମ୍ଭ କରି କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ନିରବ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story