Advertisment

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଆଜି ପୋଷ୍ଟ ବଜେଟ୍ ଆଲୋଚନାରେ ନେବେ ଭାଗ

ଦୁଇ ଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ସନ୍ଧ୍ୟାରେ ସୀତାରମଣ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

author-image
Tapaswini Nayak
Nirmala Sitharaman

Nirmala Sitharaman

ଦୁଇ ଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ସନ୍ଧ୍ୟାରେ ସୀତାରମଣ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ।

Advertisment

ସୀତାରମଣ ଆଜି ‘ମେ ଫେୟାର’ରେ ପୋଷ୍ଟ ବଜେଟ୍ ଆଲୋଚନାରେ ଭାଗ ନେବେ। କେନ୍ଦ୍ର ବଜେଟ୍ ୨୦୨୩-୨୪ର ବଜେଟର ସଫଳ ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇବେ ଅର୍ଥମନ୍ତ୍ରୀ। ପରେ ସେ ଭୁବନେଶ୍ୱର ଆଇଆଇଟିର ଅନୁଗୋଳ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ବି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧ ତାରିଖରେ   ସଂସଦରେ  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ବଜେଟ ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଥିଲା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍।

Advertisment
Bhubaneswar Nirmala Sitharaman