Advertisment

ଓଡ଼ିଶା ଆସିବେ ଅମିତ ଶାହ ଓ ଜେପି ନଡ୍ଡା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୁନ୍‌ ୧୭ ତାରିଖରେ ଓଡ଼ିଶା ଆସିବେ।

ଅଦ୍ୟତନ ହୋଇଛି
Amit Shah and JP Nadda

Amit Shah and JP Nadda

Advertisment

ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ସେମାନେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୁନ୍‌ ୧୭ ତାରିଖରେ ଓଡ଼ିଶା ଆସିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୁନ ୨୨ ତାରିଖରେ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଓଡ଼ିଶା ଆସିବେ ସେନେଇ ତାରିଖ ସ୍ଥିର ହୋଇନାହିଁ।

ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି, ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ର ମନ୍ତ୍ରୀମାନେ ୬ ତାରିଖରୁ ଓଡ଼ିଶା  ଆସିବା ଆରମ୍ଭ କରିବେ। ୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଜୁର୍ନ ମୁଣ୍ଡା ଓଡ଼ିଶା ଆସିବେ।

Advertisment

ତେବେ ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମ କେଉଁ ସ୍ଥାନରେ ହେବ ତାହା ସ୍ଥିର କରାଯାଇ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ଜନସଂପର୍କ ଯାତ୍ରା ଆରମ୍ଭ କରିବ। ଓଡ଼ିଶା ଏକ ମାସ ଧରି ଏହି ଜନସଂପର୍କ ଯାତ୍ରା କରାଯିବ। ଏହି ଜନସଂପର୍କ ଯାତ୍ରାରେ ୪ଟି ବଡ଼ ରାଲି କରାଯିବ ବୋଲି ସୂଚନା ମିଳିଛି।

Bjp Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe