Advertisment

ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

୩ .୧୬ ପଏଣ୍ଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିଛି।

author-image
Niranjan Mishra
undefined

Utkal University

ନାକ୍(NAAC-National Assessment and Accreditation Council) ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ। ୩ .୧୬ ପଏଣ୍ଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିଛି। ଗତ ମାସରେ ନାକ୍ ଭ୍ୟାଲୁଏସନ ଟିମ୍ ସଦସ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସି ଅନୁଧ୍ୟାନ କରିଥିଲେ। ପରେ ସେମାନେ କାଉନ୍‌ସିଲକୁ ରିପୋର୍ଟ ଦେଇଥିଲେ।

Advertisment

ତେବେ ନାଁ କରା ଏହି ଶିକ୍ଷାନୁଷ୍ଠାନର ଗ୍ରେଡ୍‌ କମିବା ଉଦ୍‌ବେଗର ବିଷୟ ହୋଇଛି। ଦୁର୍ବଳ ଭିତ୍ତିଭୂମି ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନା ଥାଉକି, ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଭିନ୍ନ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ ବା ନାକ। ୨୦୧୬ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ A+ ମାନ୍ୟତା ପାଇଥିଲା।

Advertisment
Utkal University