Advertisment

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି।

author-image
Niranjan Mishra
undefined

MLA Pradeep Panigrahi

ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ପ୍ରଦୀପ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଉଲ୍ଲେଖ କରାଯାଇଛି। ଲୋକାୟୁକ୍ତଙ୍କ ଅନୁମତି ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ।

Advertisment

ଲୋକାୟୁକଙ୍କ ନିର୍ଦ୍ଦେଶ ଆଧାରରେ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ଘରେ ଖୋଳତାଡ଼ ହୋଇଥିଲା। ତାଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ଉତ୍ସକୁ ବାହାର କରିଥିଲା। ତଦନ୍ତ ବେଳେ ସେ ଓ ତାଙ୍କ ପତ୍ନୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ଠିକ୍ ଭାବେ ହିସାବ ଦେଇପାରି ନ ଥିବା ଭିଜିଲାନ୍ସ ରିପୋର୍ଟ ଦେଇଛି। ତେବେ ଲୋକାୟୁକ୍ତଙ୍କ ନିକଟରେ ୨୦୨୨ ଜୁନ୍ ୯ ତାରିଖରେ ଏହି ରିପୋର୍ଟ ଦେବାରେ ଭିଜିଲାନ୍ସ ଫେଲ୍ ମାରିଥିଲା।

ପରେ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏକଦା ବିଜେଡିର କ୍ଷମତାଶାଳୀ ମନ୍ତ୍ରୀ ଥିବା ପ୍ରଦୀପ। ଶାସନକଳ ବିରୋଧରେ ତୁଣ୍ଡ ଉଠାଇବା ତାଙ୍କୁ ପରେ ଭାରି ପଡ଼ିଛି। 

Pradeep Panigrahi Vigilance Net