Advertisment

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୮ଟି ଜାଗାରେ ରେଡ୍‌

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ।

author-image
Niharika Rout
Vigilance Raid

Vigilance Raid

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ। ଏକକାଳୀନ ୮ଟି ଜାଗାରେ ରେଡ୍‌ ଚାଲିଥିବା ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା, ସୁନା ଜବତ ହୋଇଛି। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କର ଭୁବନେଶ୍ୱରରେ କେବଳ ୩ଟି ଫ୍ଲାଟ ଥିବା ସୂଚନା ମିଳିଛି।

Advertisment

କନ୍ଦର୍ପ ପ୍ରଧାନଙ୍କ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ସରକାରୀ ବାସଭବନ, ଅଫିସ କାର୍ଯ୍ୟାଳୟ, ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଧୀନ ବନ୍ତୋଳ ଗାଁରେ ଥିବା ପୈତୃକ ଘରେ, ଏକ ନିର୍ମାଣାଧୀନ ୨ ତାଲା ବିଶିଷ୍ଟ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏହାବାଦ ତାଙ୍କର ଭୁବନେଶ୍ୱରର ସହୀଦନଗର, ରସୁଲଗଡ଼, ଖାରବେଳନଗରରେ ୩ଟି ଫ୍ଲାଟ ଥିବା ବେଳେ ଏହା ଉପରେ ଜାରି ରହିଛି ଭିଜିଲାନ୍ସ ଚଢ଼ାଉ। ଏହାବାଦ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କର ଅନୁଗୋଳରେ ଏକ ବିରାଟ ଜାଗା ଥିବା ଜଣାଯାଇଛି।

ଚଢ଼ାଉ ସମୟରେ କନ୍ଦର୍ପ ପ୍ରଧାନଙ୍କ ଘରୁ ବିପୁଳ ପରିମାଣର, ଟଙ୍କା, ସୁନା ଜବତ ହୋଇଛି। ତେବେ ଏହାର ସବିଶେଷ ସୂଚନା ମିଳିପାରିନି। ତେବେ କନ୍ଦର୍ପ ପ୍ରଧାନ କିପରି ଏତେ ଟଙ୍କା ଠୁଳ କଲେ, ଏହା ତାଙ୍କ କଷ୍ଟ ପାର୍ଜିତ ଧନ ନା ଆଉ କିଛି ତାହାର ତଦନ୍ତ ଜାରି ରହିଛି। 

Advertisment

ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୪ ଡିଏସ୍‌ପିଙ୍କ ସମେତ ୧୦ ଇନ୍ସପେକ୍ଟରଙ୍କ ସମେତ ଆହୁରି ବହୁ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।

Bhubaneswar Vigilance Raid Odisha Vigilance Corrupt Engineer