Advertisment

ସହକାରୀ ଯନ୍ତ୍ରୀ ଓ ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ।

author-image
Jitendra Garnayak
Asst.Engineer and Banking Asst.

Asst.Engineer and Banking Asst.

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

Advertisment

କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମ ସ୍ଥିତ ତାଙ୍କ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତାଙ୍କର ଜଣେ ସଂପର୍କୀୟଙ୍କ ଘର ସହିତ କଟକ ସଦର ବ୍ଲକ୍ ସ୍ଥିତ ତାଙ୍କ ଅଫିସ ରୁମ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ସେହିପରି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନୂଆପଡ଼ା ଜିଲ୍ଲା କୋମନା ଶାଖାରେ କାର୍ଯ୍ୟରତ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ନୂଆପଡ଼ା ଜିଲ୍ଲା ବେଲତୁକୁରି ଗାଁରେ ଥିବା ଶ୍ରୀ ଚନ୍ଦ୍ରକରଙ୍କ ଦୁଇ ମହଲା ବିଶିଷ୍ଟ ଘର ସହିତ ସେଠାରେ ୩ ହଜାର ବର୍ଗ ମିଟରରେ ଥିବା ଆଉ ଏକ ଦୁଇ ମହଲା ଘର ଓ ଏକ ନିର୍ମାଣାଧୀନ ଘରେ ଏହି ଚଢ଼ାଉ କରାଯାଇଛି। ତା’ ସହିତ କୋମନା ସ୍ଥିତ ତାଙ୍କ ଅଫିସ ରୁମ୍‌ରେ ମଧ୍ୟ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ଚଢ଼ାଉ ଜାରି ରହିଥିବା ବେଳେ ଉଭୟ ଅଧିକାରୀଙ୍କ ସଂପତ୍ତି ବିଷୟରେ ଭିଜିଲାନ୍ସ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ।

Vigilance Raid Odisha Vigilance Vigilance Net Vigilance