Jayanti Behera
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ଗୌତମ ନଗର ଓ ଓଲଡ ଟାଉନ ଅଂଚଳରେ ଥିବା ଫ୍ଲାଟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଥିବା ତାଙ୍କ ଅଫିସ, ବାଲେଶ୍ୱର ସହଦେବଖୁଣ୍ଟା ଓ ଗଣେଶ୍ୱରପୁର ସ୍ଥିତ ତିନି ମହଲା ଘର ସହ ତାଙ୍କର କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ହେଉଛି।
ଚଢ଼ଉ ଜାରି ରହିଥିବା ବେଳେ ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି ଠାବ ହୋଇଛି। ଯାହା ଭିତରେ ୩ଟି ବଡ଼ ବଡ଼ କୋଠା, ୨ଟି ଫ୍ଲାଟ, ୪ଟି ପ୍ଲଟ, ଗାଡ଼ି, ଗହଣା ରହିଛି। ବାଲେଶ୍ୱରରେ ୨ଟି ତିନି ମହଲା, ଗୋଟିଏ ୨ ମହଲା କୋଠା ଠାବ, ଭୁବନେଶ୍ୱର ଗୌତମ ନଗର ଏବଂ ଓଲ୍ଡ ଟାଉନରେ ୨ଟି ଫ୍ଲାଟ ଠାବ ହୋଇଛି। ବାଲେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ପ୍ଲଟ ସମେତ ନଗଦ ୨.୭୯ ଲକ୍ଷ ଟଙ୍କା, ୫୩ ଲକ୍ଷ ଟଙ୍କାର ଜମା, ଗୋଟିଏ ବଲେନୋ କାର୍, ଗୋଟିଏ ବାଇକ ଠାବ ହୋଇଛି।
ନିକଟରେ ଜୟନ୍ତୀ ବେହେରାଙ୍କୁ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ବଦଳି କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି। ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୪ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କମୀଚାରୀମାନେ ନିୟୋଜିତ ହୋଇଛନ୍ତି।
ଜୟନ୍ତୀଙ୍କ ପୁଅ ରୋହିତ ମଣ୍ଡଳ କହିଛନ୍ତି, ମଧ୍ୟବିତ ପରିବାର ଘରେ ଯେତିକି ଜିନିଷ ରହିଥାଏ ସେତିକି ଅଛି। ବାପା ଚାକିରି କରିଥିଲେ, ମା’ ଚାକିରିରେ ଅଛନ୍ତି। ଆମେ ମାନେ ବ୍ୟବସାୟ କରୁଛୁ। ତେଣୁ ସେଥିରୁ ଜେତିକି ରୋଜଗାର ସେତିକି। ଏହାଛଡ଼ା ଘରଭଡ଼ାରୁ ମଧ୍ୟ କିଛି ଅର୍ଥ ମିଳିଥାଏ। ଭିଜିଲାନ୍ସ ଯାଞ୍ଚ କରୁ ସତ ଜଣାପଡ଼ିଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1687410868.jpeg)