Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ମନ୍ତ୍ରବ୍ୟକୁ ବିରୋଧ କରି ମାରପିଟ୍

ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍....... ମନ୍ତବ୍ୟକୁ ବିରୋଧ କରି ଏବିଭିପି ସଦସ୍ୟଙ୍କ ଗଣ୍ଡଗୋଳ।

ଅଦ୍ୟତନ ହୋଇଛି
utkal university

utkal university

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଆଜି ମଧ୍ୟାହ୍ନରେ ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି।  ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଡ଼ିଟୋରିୟମ ଠାରେ " ସମ୍ବିଧାନ ଏବଂ ଜାତୀୟ ଶିକ୍ଷା ନୀତି" ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା ବେଳେ ଏହି ଘଟଣା ଘଟିଛି।

Advertisment

ଜେଏନୟୁର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ବକ୍ତବ୍ୟରେ ଉପସ୍ଥାପିତ କିଛି ମନ୍ତ୍ରବ୍ୟକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା।

ସିଟିଜେନ୍ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ କିଛି ଏବିଭିପି ସଦସ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା। ଗଣ୍ଡଗୋଳରେ ୨ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଛି। ସିଟିଜେନ୍ ଫୋରମ୍ ସଦସ୍ୟଙ୍କୁ ରୁମ୍‌ରେ ପୂରାଇ ଅଟକ ରଖିବା ନେଇ ଅଭିଯୋଗ ହୋଇଛି।

Advertisment

ଏବିଭିପି ପକ୍ଷରୁ ମାନସ ସାହୁ କହିଛନ୍ତି, ମନ୍ତ୍ରବ୍ୟରେ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍....... ଶବ୍ଦର ବ୍ୟବହାର କରାଯାଇଥିଲା। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିଲା। ତେଣୁ ବାଣୀବିହାରର ପୂର୍ବତନ ଛାତ୍ର ଭାବେ ଏହାକୁ ବିରୋଧ କରାଯାଇଥିଲା। ଆଗକୁ ମଧ୍ୟ ବିରୋଧ କରାଯିବ। ଜେଏନ୍‌ୟୁ ଭଳି ଏଠାରେ ଅଶାନ୍ତି ସୃଷ୍ଟିକାରୀ ମନ୍ତବ୍ୟକୁ ପ୍ରଶୟ ଦିଆଯିବନି।

ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି ।

Student Protest Utkal University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe