Advertisment

ରାଜଧାନୀରେ କଡ଼ାକଡ଼ି ହେବ ଭିଭିଆଇପି ସୁରକ୍ଷା

ଆଜି ପୁଲିସ ସେବା ଭବନରେ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୁଲିସ କମିଶନର।

commissionerate police bhubaneswar

commissionerate police bhubaneswar

Advertisment

ରାଜଧାନୀରେ ଆହୁରି କଡ଼ାକଡ଼ି ହେବ ଭିଭିଆଇପି ସୁରକ୍ଷା। ଏଥିପାଇଁ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ ତିଆରିଛି କମିଶନରେଟ୍ ପୁଲିସ। ଆଜି ପୁଲିସ ସେବା ଭବନରେ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୁଲିସ କମିଶନର। ଆଗକୁ ଭୁବନେଶ୍ୱରକୁ ଛୁଟିବ ବିଦେଶୀ ଅତିଥିଙ୍କ ଭିଡ଼। ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆସିବେ ଜାତୀୟ ତଥା ଆନ୍ତାର୍ଜାତୀୟ ସ୍ତରର ଟପ୍ ଲିଡର୍। ଯାହାଙ୍କୁ ଓଡ଼ିଶା ଆତିଥ୍ୟତା ଦେବାକୁ ଥିବା ବେଳେ, ଏଥିପାଇଁ କମିଶନରେଟ୍ ପୁଲିସ ବି ହୋଇଛି ସଜବାଜ। ଗଠନ କରିଛି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ।

Advertisment

ଯାହାର ଦାୟିତ୍ୱରେ ରହିବେ ଜଣେ ଏସିପି ରାଙ୍କର ଅଫିସର। ଏନେଇ ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ୍ ମୁଖ୍ୟତଃ ୪ଟି ଦାୟିତ୍ୱ ବହନ କରିବ। ସେଗୁଡିକ ହେଲା ଭିଭିଆଇପି ସୁରକ୍ଷା, ଷ୍ଟାଟିକ ଆଣ୍ଡ ଭାଇଟାଲ ଇଂସ୍‌ଲେସନ ସିକ୍ୟୁରିଟି, ଏମରଜେନ୍ସି ରେସପନ୍ସ ୟୁନିଟ ଓ ଟେକନିକାଲ ଆଣ୍ଡ୍ ଲଜିଷ୍ଟିକ ୟୁନିଟ୍। ଏପ୍ରିଲ ୨୨ ଓ ୨୩ ତାରିଖରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ, ତା ପୂର୍ବରୁ ପ୍ରସ୍ତୁତି ଜୋରଦାର କରିଛି କମିଶନରେଟ୍ ପୁଲିସ।

Advertisment
Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe