ବଢ଼ିଲା ପାଣ୍ଡିଆନ ବିବାଦ: କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜକୀୟ ସମ୍ବର୍ଦ୍ଧନା ସହ ସାଧାରଣ ସଭା ଓ ପ୍ରକଳ୍ପ ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଇଁ ଅଡ଼ୁଆ ବଢ଼ିଛି ।

VK Pandian PhotoOR

ଦଳୀୟ ପ୍ରଚାରରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ

Ordigital Desk
  • Published: Tuesday, 27 June 2023
  • Updated: 27 June 2023, 03:39 PM IST

Sports

Latest News

ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜକୀୟ ସମ୍ବର୍ଦ୍ଧନା ସହ ସାଧାରଣ ସଭା ଓ ପ୍ରକଳ୍ପ ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଇଁ ଅଡ଼ୁଆ ବଢ଼ିଛି । ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଲିଖିତ ଅଭିଯୋଗ ଓ ତଥ୍ୟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ଓ ସରକାର ଏବେ ଫାଇଭ-ଟି ସଚିବଙ୍କ ନିୟନ୍ତ୍ରଣରେ ଥିବାବେଳେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏଭଳି ନିର୍ଦ୍ଦେଶକୁ ରାଜ୍ୟ ସରକାର କିଭଳି ଢଙ୍ଗରେ ପାଳୁଛନ୍ତି ତାକୁ ନେଇ ପ୍ରଶାସନିକ ଓ ରାଜନୀତିକ ମହଲରେ ଚର୍ଚ୍ଚା ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ(ଡିଓପିଟି) ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଗତ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ ଏକ ସିଡି ଓ ପେନଡ୍ରାଇଭରେ ତଥ୍ୟ ସମ୍ବଳିତ ଅଭିଯୋଗ ଦେଇଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଜୁନ୍ ୨୬ତାରିଖ(ଗତକାଲି) ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ।

Also Read

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସଂକ୍ରାନ୍ତ ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରି କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି । ଆଇନ ଏ ଦିଗରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟ ସଚିବ ତଥା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଆଜି ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବିରୁଦ୍ଧରେ ଏକ ଅଭିଯୋଗପତ୍ର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଲେଖିଛନ୍ତି । ସେ ପାରଳାଖେମୁଣ୍ଡିରେ ବିଜେଡିର ଏକ ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋଚିତ୍ର ଓ ପ୍ରକଳ୍ପ ରାଶି ଘୋଷଣା ସଂକ୍ରାନ୍ତ ତଥ୍ୟ ସହ ଶ୍ରୀ ପାଣ୍ଡିଆନ କିଭଳି ସର୍ଭିସ ରୁଲସକୁ ଉଲ୍ଲଘଂନ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଜଣେ ରାଜନୀତିକ ବ୍ୟକ୍ତି ଭଳି ରାଜକୀୟ ସମ୍ବର୍ଦ୍ଧନା,ସାଧାରଣ ସଭା ଓ ପ୍ରକଳ୍ପ ଘୋଷଣା ଆଦି କରୁଛନ୍ତି ସେ ସମ୍ପର୍କରେ ଲିଖିତ ଅଭିଯୋଗ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଆଶା କ୍ଷୀଣ ବୋଲି ସେ କହିବା ସହ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।

ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ସନ୍ଦେଶ(ମୁ ମୋ ସଚିବଙ୍କୁ ଭଲମନ୍ଦ ବୁଝିବାକୁ ପଠାଇଛି) ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧିକାର ତାଙ୍କୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ଗଣତନ୍ତ୍ରକୁ ଓଡ଼ିଶାରେ ହତ୍ୟା କରାଯାଇଛି । ନିର୍ବାଚତ ପ୍ରତିନିଧିଙ୍କର ଆଉ ଶାସନ ଓଡ଼ିଶାରେ ନାହିଁ । ଏଠି ବ୍ୟୁରୋକ୍ରାଟିକ୍ ଗଭର୍ଣ୍ଣାନ୍ସ ଚାଲିଛି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ଗତକାଲିର ଅଡ଼ିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି କ’ଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିବା ସହ ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଉଛନ୍ତି ତା’ହେଲେ ଲିଖିତ ଭାବେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ । ଯଦି ଜଣେ ସଚିବ ପ୍ରତି ଯେଉଁ ରାଜସ୍ୱ ଖର୍ଚ୍ଚ ହେଉଛି ତେବେ ଅନ୍ୟ ସଚିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସେତିକି ଟଙ୍କା ଖର୍ଚ୍ଚ କରିବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ପରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ସ୍ଥିତିକୁ ଯିବାର ଆଶଙ୍କା ଦେଖାଦେଇଛି । ପାଣ୍ଡିଆନଙ୍କ ବିନା ରାଜ୍ୟ ପ୍ରଶାସନରେ ପତ୍ର ହଲୁନଥିବାବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବ କେତେ ସକ୍ଷମ ହେବେ ବୋଲି ଆଶା କ୍ଷୀଣ । ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ମୁଖ୍ୟ ସଚିବ କିଛି କରିପାରିବେ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ଏହି ଚିଠି(କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ) ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଯାହା ଚାଲିଛି ତାହା ଆଇନ ସମ୍ମତ କହି କେନ୍ଦ୍ର ସହ ମୁହାଁମୁହିଁ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ।

 ସୂଚନାଯୋଗ୍ୟ, ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସର ୫ ଓ ୧୨କୁ ଖୋଲା ଉଲ୍ଲଘଂନ କରି ପାଣ୍ଡିଆନ ରାଜ୍ୟରେ ଶାସନକୁ ହାଇଜ୍ୟାକ୍ କରିଦେଇଛନ୍ତି ଓ ଗଣତନ୍ତ୍ର ଭୂଲୁଣ୍ଠିତ ହେଉଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story