ଇଚ୍ଛାଧୀନ କୋଟା: ୯୩ଟି ଆବଂଟନ ରଦ୍ଦ, ୭୯ଟି ଭିଜିଲାନ୍ସ ମାମଲା

ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ମୋଟ ୧୭୭୬ଟି ଘର ଓ ପ୍ଲଟ ମଧ୍ୟରୁ ମାତ୍ର ୯୩ଟି ଆବଂଟନକୁ ରାଜ୍ୟ ସରକାର ରଦ୍ଦ କରିଛନ୍ତି ।

odisha assembly PhotoOR

ବିଧାନସଭା

Ordigital Desk
  • Published: Tuesday, 21 March 2023
  • Updated: 21 March 2023, 09:40 PM IST

Sports

Latest News

ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ମୋଟ ୧୭୭୬ଟି ଘର ଓ ପ୍ଲଟ ମଧ୍ୟରୁ ମାତ୍ର ୯୩ଟି ଆବଂଟନକୁ ରାଜ୍ୟ ସରକାର ରଦ୍ଦ କରିଛନ୍ତି । ଏହାସହିତ ଭିଜିଲାନ୍ସରେ ଏନେଇ ୭୯ଟି ଅପରାଧ ମାମଲା ମଧ୍ୟ ରୁଜୁ ହୋଇଛି ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ତେବେ ମନ୍ତ୍ରୀ  ଏ ସଂକ୍ରାନ୍ତ ଟାସ୍କଫୋର୍ସ ରିପୋର୍ଟ କଥା କହିଥିଲେ ମଧ୍ୟ ନିଜର ୩ପୃଷ୍ଠାର ଉତ୍ତରରେ କୌଣସି ସ୍ଥାନରେ ବି ତାରାଦତ୍ତଙ୍କ ନାଁ ଉଲ୍ଲେଖ କରିନାହାନ୍ତି । ଯଦିଓ ଇଚ୍ଛାଧୀନ କୋଟା ଆବଂଟନ ମାମଲାରେ ରାଜ୍ୟ ସରକାର ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ଜଣିକିଆ ଟାସ୍କଫୋର୍ସ ଗଠନ କରିଥିଲେ ଓ ତାଙ୍କର ସୁପାରିଶକୁ ରାଜ୍ୟ କ୍ୟାବିନେଟ୍ ସ୍ୱୀକାର କରିଥିଲା ।

ଆଜି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଇଚ୍ଛାଧୀନ କୋଟାରେ ପ୍ଲଟ୍ ଓ ଘର ଆବଂଟନ ସଂକ୍ରାନ୍ତରେ ତାରାଦତ୍ତ କମିଟି ରିପୋର୍ଟ ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ୧୯୯୫ ଜାନୁୟାରୀ ପରଠୁ ଇଚ୍ଛାଧୀନ କୋଟାରେ ସମସ୍ତ ପ୍ଲଟ, ଘର ଓ ଫ୍ଲାଟର ଆବଂଟନକୁ ରାଜ୍ୟ ସରକାର ରଦ୍ଦ କରିଦେଇଥିଲେ । ଏସମସ୍ତ ସମ୍ପତ୍ତି ରାଜ୍ୟ ସରକାରଙ୍କ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଅଧୀନକୁ ଫେରିବ ବୋଲି ଘୋଷଣା କରିଥିଲେ । ସେହି ଆଧାରରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ଓ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ (ଓଏସଏଚବି) ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Also Read

ମନ୍ତ୍ରୀ ଉଷା ଦେବୀ ଏହି ଟାସ୍କଫୋର୍ସ ରିପୋର୍ଟ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସର୍ମ୍ପକରେ ସୂଚନା ଦେଇ କହିଛନ୍ତି ଯେ, ଇଚ୍ଛାଧୀନ କୋଟାରେ ବିଡିଏ ଦ୍ୱାରା ୮୦୩ଟି ଆବଂଟନରୁ ୪୮ଟି ରଦ୍ଦ ହୋଇଛି । ସେହିପରି ସିଡିଏ ଦ୍ୱାରା ୯୨୧ଟି ଆବଂଟନରୁ ୩୫ଟି ରଦ୍ଦ ହୋଇଥିବାବେଳେ ଓଏସଏଚବି ଦ୍ୱାରା ୫୨ରୁ ୧୦ଟି ରଦ୍ଦ ହୋଇଛି । ସେହିପରି ଭିଜିଲାନ୍ସ ଦ୍ୱାରା ତଦନ୍ତ ପରେ ବିଡିଏରେ ୨୪ଟି, ସିଡିଏରେ ୨୯ଟି ଓ ଓଏସଏଚବିର ୨୬ଟି ଅପରାଧ ମାମଲା ରୁଜୁ ହୋଇଛି । ତେବେ ଆଇନଗତ ସମସ୍ୟା , ହାଇକୋର୍ଟରେ ମାମଲା ଓ ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶରେ ରାଜ୍ୟ ସରକାର ଇଚ୍ଛାଧୀନ କୋଟାରେ ଯେଉଁମାନେ ଗୋଟିଏ ପ୍ଲଟ,ଫ୍ଲାଟ୍ କି ଘର ନେଇଥିବେ ସେମାନଙ୍କର ଆବଂଟନ ବୈଧ ରହିବ ବୋଲି କହିଥିଲେ । ଏହାସହିତ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ୨୦୧୫ ମସିହାରେ ପୂର୍ବରୁ ଗ୍ରହଣ କରାଯାଇଥିବା ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ-୪୮(୭)କୁ ୨୦୨୨  ନଭେମ୍ବର ୧୮ତାରିଖରେ ଖାରଜ କରି ଦିଆଯାଇଥିଲା ।

ଯାହାଫଳରେ ଇଚ୍ଛାଧୀନ କୋଟାରେ ନିର୍ଦ୍ଧାରିତ ପ୍ରାବଧାନ ଅନୁସାରେ ଯେଉଁମାନେ ଗୋଟିଏ ପ୍ଲଟ,ଫ୍ଲାଟ ଅବା ଘର ନେଇଥିବେ ସେମାନଙ୍କର ଆବଂଟନ ରଦ୍ଦ ହେବନି ଓ ସେହି ଆବଂଟନର ହକଦାର ମଧ୍ୟ ସେମାନଙ୍କ ଉତ୍ତରାଧିକାରୀ ହେବେ । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୨୨ ଡିସେମ୍ବର ୮ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଥିବା ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ତେବେ ଭିଜିଲାନ୍ସ ଦ୍ୱାରା ଦାଏର ମାମଲା ସମ୍ପର୍କରେ ମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story