Advertisment

ରାଜଧାନୀରେ ଢାଳିଦେଲା, ଇସ୍କନ ସାମ୍ନାରେ କାର୍‌ ଭାସିଲା

କାରବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଚାହୁଁ ଚାହୁଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିଲା। ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ରାଜଧାନୀରେ ଛେଚି ଥିଲା ବର୍ଷା।

ଅଦ୍ୟତନ ହୋଇଛି
Rain

Rain

Advertisment

ଅଧ ଘଣ୍ଟାଏ ବର୍ଷାରେ ବେହାଲ୍‌ ହେଲା ରାଜଧାନୀ ଭୁବନେଶ୍ୱର। ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବର୍ଷା ପାଣିରେ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ବାଇକ୍‌ ଭାସି ଯାଇଥିବା ବେଳେ କାର୍‌ ଓ ଅଟୋ ଗୁଡ଼ିକ ବୁଡ଼ି ଯାଇଥିଲା। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

Advertisment

କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଚାହୁଁ ଚାହୁଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିଲା। ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ରାଜଧାନୀରେ ଛେଚି ଥିଲା ବର୍ଷା। ଯାହାଫଳରେ ଇସ୍କୁନ୍ ସମ୍ମୁଖ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ରସୁଲଗଡ଼ ପ୍ରମୁଖ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିଲା। ବିଶେଷ କରି ଇସ୍କନ୍‌କୁ ଚନ୍ଦନ ଯାତ୍ରା ଦେଖିବାକୁ ଆସିଥିବା ଭକ୍ତ ହଟହଟା ହୋଇଛନ୍ତି। ବର୍ଷା ପାଣିରେ ଇସ୍କନ ସମ୍ମୁଖରେ ଛିଡ଼ା ହୋଇଥିବା ବାଇକ ଗୁଡ଼ିକ ଭାସି ଯାଇଥିଲା। ପାଣିରେ ଫସିଥିବା ଅଟୋକୁ ଲୋକେ ଠେଲି ବାହାର କରୁଥିବା ଦେଖିବାକୁ ମିଳିଛି।

ସେପଟେ ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୧୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେପଟେ ବାତ୍ୟା ଆସୁଥିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ ସୂଚନା କରିଛି। ମେ’ ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ତାରିଖ ବେଳକୁ ଅବପାତର ରୂପ ନେଇପାରେ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe