Advertisment

ଆଜିଠୁ ବଦଳିବ ପାଗ, ତାତିରୁ ମିଳିବ ତ୍ରାହି

ଆଜି ସକାଳେ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସକାଳେ ଖରାର ତାତି ବଦଳର ଥଣ୍ଡା ପବନ ହୋଇଥିଲା।

ଅଦ୍ୟତନ ହୋଇଛି
Weather

Weather

Advertisment

ଆଜିଠୁ ରାଜ୍ୟରେ ବଦଳିବ ପାଗ। ଖରାର ତାତି କମିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ଭିତରେ ରାଜ୍ୟରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୩ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ହୋଇଥିବା ଚେତାବନୀକୁ ପାଣିପାଗ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି।

ଆଜି ସକାଳେ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସକାଳେ ଖରାର ତାତି ବଦଳର ଥଣ୍ଡା ପବନ ହୋଇଥିଲା। ଏହାସହ କଟକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଥିଲା ସାରା ଓଡ଼ିଶା । ୨୮ଟି ସହରର ତାପମାତ୍ରା ୪୦ ଉପରେ ରହିଥିଲା। ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ବୌଦ୍ଧର ତାପମାତ୍ରା ୪୩.୨ ଡିଗ୍ରୀ ଥିଲା।

Weather Report Weather Weather Conditions
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe