Advertisment

ରାଜ୍ୟରେ କମିବ ଶୀତ, ବଢ଼ିବ ତାପମାତ୍ରା

ରାଜ୍ୟରେ ଆଗକୁ ଶୀତ କମିବ, ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Weather report

Weather report

ରାଜ୍ୟରେ ତାପମାତ୍ରା ବଢ଼ିବା ସହ ଶୀତର ପ୍ରକୋପ କମିବ। ଆଗକୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ .ଆର୍. ବିଶ୍ୱାସଙ୍କ ସୂଚନା ଅନୁସାରେ, ରାଜ୍ୟରେ ଆଗକୁ ଶୀତ କମିବ, ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ। ଏହାସହ ପାଗ ସୁଖିଲା ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ସୁଖିଲା ରହିବାର ସମ୍ଭବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ କିଛିଦିନ ହେବ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟରେ ସକାଳ ଏବଂ ରାତିରେ ଅପେକ୍ଷାକୃତ ଶୀତ ଅନୁଭବ ହେଉଥିବା ବେଳେ ମଧ୍ୟାହ୍ନରେ ତାତି ଅନୁଭବ ହେଉଛି। ଗତ ଚାରି ପାଞ୍ଚଦିନ ହେବ ଶୀତ ଲେଉଟି ଥିଲେ ବି ସୋମବାର ଠାରୁ ମଧ୍ୟାହ୍ନରେ ଗ୍ରୀଷ୍ମ ଅନୁଭୂତ ହୋଇଛି। ଆଗକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି।

Advertisment
Weather Report Winter