Advertisment

ଫେବ୍ରୁଆରୀରେ ୩୮ ଡିଗ୍ରୀ ଛୁଇଁଲା ପାରଦ,କାଲିଠୁ ଭୁବନେଶ୍ୱରରେ ଜଳଛତ୍ର

ଆସନ୍ତାକାଲିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Temperature

Temperature

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଛି। ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ସମସ୍ତ ୱାର୍ଡରେ ଜଳଛତ୍ର ଖୋଲିବାକୁ କର୍ପୋରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ପାଣି ଭର୍ତ୍ତି ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଅନେକ ସ୍ଥାନରେ ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମେୟର ଆହୁରି କହିଛନ୍ତି,ଫେବ୍ରୁଆରୀ ମାସରୁ ୩୮ ଡିଗ୍ରୀ ପାରଦ ଟପିଲାଣି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ଏପରି ବ୍ୟବସ୍ଥା କରାଯାଉଛି। ୱାଟର ଏଟିଏମ୍‌ର ମଧ୍ୟ ବ୍ୟବସ୍ଥା କରାଯାଉଛି।

Advertisment

ସୂଚନାଯୋଗ୍ୟ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଧିରେ ଧିରେ ତାପମାତ୍ରା ବଢ଼ିବାରେ ଲାଗିଛି। ଗତକାଲି ବୌଦ୍ଧ ଜିଲ୍ଲାର ତାପମାତ୍ରା  ୩୮ ଡିଗ୍ରୀ ସେଲସିୟସ ଥିଲା। ସେହିପରି ଭୁବନେଶ୍ୱରରେ ୩୫.୮ ଡିଗ୍ରୀ ଥିବା ବେଳେ କଟକରେ ୩୪.୬ ଡିଗ୍ରୀ ତାପମାତ୍ରା ଥିଲା।
ଏଥର ଫେବ୍ରୁଆରୀ ମାସରେ ପାରଦ ୩୮ ଡିଗ୍ରୀ ଛୁଇଁ ଥିବା ବେଳେ ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। 

Weather Report