Advertisment

ପୁଣି ଆସୁଛି ପଶ୍ଚିମା ଝଡ଼,୨୬ ଯାଏ ଛେଚିବ

ପଶ୍ଚିମା ଝଡ଼ ପ୍ରଭାବରେ ନିକଟରେ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା,ପବନ ସହ କୁଆପଥର ମାଡ଼ ହୋଇଥିଲା।

ଅଦ୍ୟତନ ହୋଇଛି
Weather

Weather

Advertisment

ରାଜ୍ୟରେ ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲା ବେଳେ ଆଜି ଆଉ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ଆଜି ରାତିରୁ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆଜି ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆଜି ରାତିରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ବା ୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇ ତିନି ଦିନ ଧରି ବର୍ଷା ଓ ପବନ ହୋଇଥିଲା। ଅନେକ ସ୍ଥାନରେ କୁଆପଥର ମାଡ଼ ହୋଇଥିଲା। ବର୍ଷା,ପବନ ସହିତ କୁଆପଥର ମାଡ଼ ହେବା ଯୋଗୁ ଚାଷ ଉପରେ ଏହାର ପ୍ରଭାବ ପକାଇଥିଲା। କୁଆ ପଥର ମାଡ଼ ଯୋଗୁ ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଥିଲା। ତେଣୁ ପୁଣି ଏକ ପଶ୍ଚିମା ଝଡ଼ ସକ୍ରିୟ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

Advertisment
Heavy Rain Weather Report Weather
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe