୨ ଦିନ ଛେଚିବ, ତା’ପରେ କଲବଲ କରିବ ତାତି

ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ହେବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Representational image

  • Published: Saturday, 08 April 2023
  • , Updated: 08 April 2023, 12:15 PM IST

ରାଜ୍ୟରେ ୨ଦିନ ଧରି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଆଜି ଓ କାଲି କିଛି ଜିଲ୍ଲାରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ପାଗ କେନ୍ଦ୍ରର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବରେ ଆଜି କିଛି ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୂର, ସୋନପୁର, ବରଗଡ଼, ଢ଼େଙ୍କାନାଳ,ବାଲେଶ୍ୱର, ଯାଜପୁର ଓ ଭଦ୍ରକ। ସେହିପରି ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

କାଳବୈଶାଖୀ ପ୍ରଭାବରେ ୯ ତାରିଖରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୋଳ କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ।

ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ସହ ଦିନରେ ଟାଣ ଖରା ହେବ। ଆଜି ଓ କାଲି ପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ରାଜ୍ୟରେ କାଳବୈଖାଖୀ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ଓ ପବନ ହୋଇଥିଲା।

Related story