Advertisment

ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ୩୦ ସୁଦ୍ଧା ପାରଦ ଛୁଇଁଲା ୩୯ ଡିଗ୍ରୀ

ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Heat wave

ଗତକାଲି ପରି ଆଜି ବି ପାରଦ ଉପରମୁହାଁ। ଆଜି ମଧ୍ୟ ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ। ସକାଳ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ିଛି। ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୨ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨, କେନ୍ଦୁଝର ୩୫.୪,ଗୋପାଳପୁରରେ ୩୪ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ ଓ ପାରାଦୀପ: ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର। ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଛି। ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି।

Advertisment
Bhubaneswar Heat Wave Heat Wave In Odisha