Advertisment

ଏଥର ରଜରେ ଭିଜିବନି ଓଡ଼ିଶା, କଲବଲ କରିବ ତାତି!

ଏଥର ମୌସୁମୀ ୭ ଦିନ ବିଳମ୍ବରେ କେରଳ ଛୁଇଁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
IMD DG

IMD DG

ଏଥର ରଜରେ ଭିଜିବେନି ରାଜ୍ୟବାସୀ ବରଂ ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝିବେ। କାରଣ ଏଥର ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। 

Advertisment

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ ତାରିଖ କିମ୍ବା ତା’ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଓଡ଼ିଶା ଛୁଇଁବ ଏଯାଏ ଜଣାପଡ଼ିନାହିଁ। ଓଡ଼ିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ। ଏଥର କିନ୍ତୁ ବିଳମ୍ବ ହୋଇପାରେ। କେବେ ଓଡ଼ିଶା ଆସିବ ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ। ତେବେ ୧୫ କିମ୍ବା ତା’ ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ ବା ତା’ଠୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏଥର ମୌସୁମୀ ୭ ଦିନ ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି। ଆଜି ପୂରା କେରଳ ଛୁଇଁଛି। କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ ପହଞ୍ଚି ସାରିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ମୌସୁମୀ ବାୟୁ ଛୁଇଁଛି ବୋଲି ଆଇଏମଡି ଡିଜି କହିଛନ୍ତି।

Advertisment

ପ୍ରତି ବର୍ଷ ଜୁନ୍‌ ମାସରେ ମୌସୁମୀ ଆସିଥାଏ। ଏଥିପାଇଁ ବାୟୁମଣ୍ଡଳରେ ଆଦ୍ରତା ବଢ଼ିଥାଏ। ଏହି କାରଣରୁ ଅଧିକ ଗୁଳୁଗୁଳି ହୋଇଥାଏ। ଏବର୍ଷ ଅଧିକ ଗୁଳୁଗୁଳି ହେବା ନୂଆ କଥା ନୁହେଁ, ପ୍ରତିବର୍ଷ ଏପରି ହୋଇଥାଏ। ମୌସୁମୀ ଆସିବା ପରେ ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ବୋଲି ସେ କହିଛନ୍ତି। 

ବାଂଲାଦେଶ-ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ସେପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଟ୍ୱିଟ୍ କରି କୁହାଯାଇଛି ଯେ ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବାବେଳେ ୩ ରୁ ୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ଅଧିକ ରହିବା ସମ୍ଭାବନା ରହିଛି। 

Bhubaneswar Weather Report Weather Condiction