ଆଜି ବି ଭୀଷଣ ଗ୍ରୀଷ୍ମପ୍ରବାହ, ୧୮ ପର୍ଯ୍ୟନ୍ତ ନାହିଁ ନିସ୍ତାର

୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ।

Heat Weave

representational image

Tapaswini Nayak
  • Published: Friday, 16 June 2023
  • Updated: 16 June 2023, 09:52 AM IST

ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବା ବେଳେ ଏବେ ଏଥରୁ ମିଳିବନି ନିସ୍ତାର। ୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନରୁ ଏହା ଜଣାପଡ଼ିଛି। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡିଗ୍ରୀ ଅଧିକ ରହିବ। ୧୮ ତାରିଖ ପରେ ତାତି କମିବାର ସମ୍ଭାବନା ରହିଛି। 

Also Read

ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହୋଇଯାଇଛି। ସକାଳ ୫ଟା ୩୦ ସୁଦ୍ଧାର ରାଜଧାନୀ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର୧୫ଟି ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର ସୋନପୁର, ନୂଆପଡ଼ା, କନ୍ଧମାଳ କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୋଳ, ଦେବଗଡ଼ ଓ ବୌଦ୍ଧ।୫ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଢେଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ। 

ସେହିପରି ୧୭ ତାରିଖରେ ୧୩ଟି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା,ସୁନ୍ଦରଗଡ଼,କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର,ସୋନପୁର, ନୂଆପଡ଼ା,କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଦେବଗଡ଼ ଓ ବୌଦ୍ଧ। ୫ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କନାଳ ଓ ମୟୂରଭଞ୍ଜ। ୧୮ ତାରିଖରେ ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଝାରସୁଗୁଡ଼ା,ସମ୍ବଲପୁର, ସୁନ୍ଦରଗଡ଼,ଦେବଗଡ଼,ବରଗଡ଼, ସୋନପୁର,ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗିର।

୧୪ ତାରିଖରେ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଯୋଗୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଗତକାଲି ପୁଣି ଅଗ୍ନିବର୍ଷା ହୋଇଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସିଝିଥିଲା ସାରା ରାଜ୍ୟ। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଜନଜୀବନକୁ ପୁଣି ଅସ୍ତବ୍ୟସ୍ତ କରିଥିଲା। ଗତକାଲି ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୪୪ ଡିଗ୍ରୀ ଉପରେ ୩ ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ଟି ସହର । ରାଜଧାନୀ ଭୁବନେଶ୍ୱରରେ ୪୨ ଡିଗ୍ରୀ ଟପିଥିଲା ପାରଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story