Advertisment

ଆଜିଠୁ ଦିଦିଙ୍କ ଓଡ଼ିଶା ଗସ୍ତ, ନବୀନଙ୍କୁ ଭେଟିବେ

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ମମତା ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପୁରୀ ଗସ୍ତ କରିବେ।

author-image
Niharika Rout
ଅଦ୍ୟତନ ହୋଇଛି
undefined

Mamata Banerjee

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ମମତା ଭୁବନେଶ୍ୱରରେ ପହଞ୍ଚିବା ପରେ ଏଠାରୁ ପୁରୀ ଯିବେ। ପୁରୀରେ ସେ ୨ ଦିନ ରହିବା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ବୋଲି ଜଣାଯାଇଛି। 

Advertisment

ପୁରୀସ୍ଥିତ ନିର୍ମାଣ ନିବାସରେ ରହିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି ଅପରାହ୍ନରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମଧ୍ୟ ସେ ପୁରୀରେ ରାତ୍ରିଯାପନ କରିବେ।

ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରଶାସନ । ଜେଡ ପ୍ଳସ୍ ସିକ୍ୟୁରିଟି ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

Advertisment

ମମତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ଏକ ଟିମ୍‌ ପୁରୀରେ ଡେରା ପକାଇଛି। ସେମାନେ ସୁରକ୍ଷା ବ୍ୟବସ୍ଥାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଥିବା ବେଳେ ପୁରୀ ପୁଲିସ୍‌ ସହ ବି ବହୁ ଥର ବୈଠକ କରି ସାରିଲେଣି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିବେ। ଆସନ୍ତାକାଲି ସେ ମହାପ୍ରଭୁଙ୍କ ଦର୍ଶନ କରିବେ। ପ୍ରୋଟୋକଲ ଅନୁଯାୟୀ, ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଟିମ୍‌ ତିନି/ଚାରି ଦିନ ହେବ ପୁରୀରେ ଅଛନ୍ତି । ଆମେ ସେମାନଙ୍କ ସହ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରିଛୁ।

କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ସବୁବେଳେ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ତେଣୁ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ରହଣୀ ପାଇଁ ପୁରୀରେ ଏକ ପଶ୍ଚିମବଙ୍ଗ ନିବାସ ନିର୍ମାଣ ହେବ ବୋଲି ସ୍ଥିର ହୋଇଛି। ଏଥିନିମନ୍ତେ ଜାଗା ଚିହ୍ନଟ ହୋଇ ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗସ୍ତ ସମୟରେ ଉକ୍ତ ଜାଗା ବୁଲି ଦେଖିବେ ବୋଲି ଜଣାଯାଇଛି। ୨୩ ତାରିଖରେ ମମତା ବାନାର୍ଜୀ ଭୁବନେଶ୍ୱର ଫେରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। 

Bhubaneswar Puri Shreemandir Mamata Banerjee Mamata Didi