Advertisment

ଏନ୍‌ସିଇଆରଟି ବହିରୁ ଡାରୱିନ ଥିଓରୀ ବାଦ୍ ପଡ଼ିବ କି ନାହିଁ ? ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ

ରାଜ୍ୟ ଗୁଡ଼ିକର ମତାମତ ନେବା ପରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ରାଷ୍ଟ୍ରମନ୍ତ୍ରୀା

author-image
Niranjan Mishra
ଅଦ୍ୟତନ ହୋଇଛି
Union Minister of State for Education

Union Minister of State for Education

ଏନ୍‌ସିଇଆରଟି ବହିରୁ ଡାରୱିନ ଥିଓରୀ ବାଦ୍ ପଡ଼ିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର। ଆଜି ଜି-୨୦ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜବାବ ରଖି ଏହି ସୂଚନା ଦେଇଛନ୍ତି ଶିକ୍ଷା ରାଷ୍ଟ୍ରମନ୍ତ୍ରୀା

Advertisment

ସେ କହିଛନ୍ତି, ଏନ୍‌ସିଇଆରଟି ପକ୍ଷରୁ କରିକୁଲମ ଫ୍ରେମୱାର୍କ ହୋଇ ସବୁ ରାଜ୍ୟକୁ ପଠାଯାଇଛିା ଏନେଇ ରାଜ୍ୟ ଗୁଡ଼ିକର ମତାମତ ନେବା ପରେ ନିଷ୍ପତ୍ତି ହେବ। ଏ ବାବଦରେ ଚୂଡ଼ାନ୍ତ କୌଣସି ନିଷ୍ପତ୍ତି ହୋଇନି। କେବଳ ଆକଳନ କରି ଏଭଳି ବୟାନବାଜି କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ ଦୋହରାଇଛନ୍ତିା

ସୂଚନା ଥାଉକି ଏନ୍‌ସିଇଆରଟି’ର ନବମ ଓ ଦଶମ ଶ୍ରେଣୀର ବିଜ୍ଞାନ ବହିରୁ ଚାଲର୍ସ ଡାରୱିନ୍ ଥିଓରୀକୁ ହଠାଯାଇଥିବା ନେଇ ଚର୍ଚ୍ଚା ହେଉଛିା ଏନେଇ ୧୮ ଶହରୁ ଅଧିକ ବୈଜ୍ଞାନିକ, ଶିକ୍ଷକ, ଅଧ୍ୟାପକ ଏନ୍‌ସିଇଆରଟିକୁ ଚିଠି ଲେଖିଛନ୍ତି।

Advertisment
India Book Of Record NCERT