Advertisment

ଜ୍ୱାଇଁକୁ ସୁନା ଚେନ ଦେଇ ନଥିବାରୁ ଝିଅକୁ ମାରିଦେଲେ ଶାଶୁ ଘର ଲୋକେ!

‍ବର୍ଷକ ପୂର୍ବେ ଡାହାଣ କୁମାର ପଡାର ରଶ୍ମିତା ଗୋକନ୍ ଗାଁର ପ୍ରକାଶ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟଙ୍କୁ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା।

marriage

marriage

Advertisment

ଜ୍ୱାଇଁକୁ ସୁନା ଚେନ ନ ଦେବାରୁ ଝିଅକୁ ଶାଶୁ ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଗୋକନ୍ ଗାଁର ଏଭଳି ଘଟଣା ଘଟିଛି। ଏନେଇ ଝିଅର ପରିବାର ଲୋକେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ରଶ୍ମିତା ମଲ୍ଲିକ ବଳଙ୍ଗା।

Advertisment

ଅଭିଯୋଗ ଅନୁସାରେ, ବର୍ଷକ ପୂର୍ବେ ଡାହାଣ କୁମାର ପଡାର ରଶ୍ମିତା ଗୋକନ୍ ଗାଁର ପ୍ରକାଶ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟଙ୍କୁ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତା’ ପରେ ରଶ୍ମିତା ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିଯ୍ୟାତନା। କାହିଁକି ରଶ୍ମିତାଙ୍କ ପରିବାର ଲୋକେ ଜ୍ୱାଇଁକୁ ସୁନା ଚେନ୍‌ ଦେଲେନି ଶାଶୁ ଘର ସବୁବେଳେ କହି ହେଉଥିଲେ। ଏହାରି ଭିତରେ ରଶ୍ମିତାଙ୍କର  ଦୁଇମାସ ତଳେ ଝିଅଟିଏ ହୋଇଥିଲା। ଝିଅ ହେବାପରେ  ନିଯ୍ୟାତନା କମିଯିବ ରଶ୍ମିତାଙ୍କ ଭାବିଥିଲେ। ହେଲେ ତାହା ହୋଇ ନଥିଲା। ଯୌତୁକ ପାଇଁ ଶାଶୁ ଘର ଲୋକେ ସେହିପରି ନିଯ୍ୟାତନା ଦେଇ ଚାଲିଥିଲେ। 

ଶେଷରେ ରଶ୍ମିତା ଆଉ ସହି ନ ପାରି ମଙ୍ଗଳବାର ବିଷ ପିଇ ଦେଇଥିଲେ।  ରଶ୍ମିତା ବିଷ ଖାଇ ଦେଇଥିବା କଥା ତାଙ୍କ ପରିବାର ଲୋକଙ୍କୁ ଶ୍ୱଶୁର ଘର ଲୋକେ ଜଣାଇଥିଲେ। ପରେ ରଶ୍ମିତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ରଶ୍ମିତାଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ଡାକ୍ତରଖାନାରେ ତାଙ୍କ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ରଶ୍ମିତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଝିଅର ମୃତଦେହକୁ  ଘରକୁ ଆଣିଥିଲେ। 

Advertisment

ରଶ୍କିତାଙ୍କ ପରିବାର ଲୋକେ ଥାନାରେ ଏନେଇ ଥାନା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଅନ୍ୟପକ୍ଷରେ ରଶ୍ମିତାଙ୍କ ଶ୍ୱଶୁର ଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Bhubaneswar Puri Dowry Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe