/odisha-reporter/media/post_attachments/uploadimage/library/16_9/16_9_0/Rape_1674211186.jpg)
Rape
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଲିଫ୍ଟ ଦେବାକୁ କହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ କାବୁ କରି କମିଶନରେଟ୍ ପୁଲିସ୍କୁ ହସ୍ତାନ୍ତର କରିଛି।
ପୀଡ଼ିତା ଯୁବତୀ ଜଣକ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ୱେଟର ଭାବେ କାମ କରନ୍ତି। ମଙ୍ଗଳବାର ରାତିରେ କାମ ସରିବା ପରେ ସେ ଘରକୁ ଫେରିଥିଲେ। ହେଲେ ସେତେବଳକୁ ଭଡ଼ାରେ ରହୁଥିବା ଘରଟି ବନ୍ଦ ହୋଇଯାଇଥିଲା। ତେଣୁ ସେ ଜଣେ ସମ୍ପର୍କୀୟ ଡାକି ରାସ୍ତା ପାର୍ଶ୍ୱରେ ଅପେକ୍ଷା କରିଥିଲେ। ଠିକ୍ ସେହି ସମୟରେ ଗାଡ଼କଣ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଲିଫ୍ଟ ଦେବା ପାଇଁ ଡାକିଥିଲା।
ରାତି ବଢ଼ୁଥିବାରୁ ଯୁବତୀ ଜଣକ ତାଙ୍କ ସହିତ ଚାଲି ଯାଇଥିଲେ। ହେଲେ ସେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲା। ପରେ ସେଠାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାକୁ ଆସି ଅଭିଯୁକ୍ତ ଯୁବକକୁ କାବୁ କରିଥିଲେ। ପରେ ଏନେଇ କମିଶନରେଟ୍ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଥାନାକୁ ନେଇଥିଲା। ଶେଷ ଖବର ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
