ଫୋକସରେ ମହିଳା ଭୋଟର: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଂଚାରେ ଗଠନ ହେବ ଏସଏଚଜି ପାଣ୍ଠି

ନିର୍ବାଚନୀ ବର୍ଷରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟସ୍ତରରେ ଏସଏଚଜି ଫେଡେରେସନ ଓ ଏସଏଚଜି ପାଣ୍ଠି ଗଠନ କରିବେ ।

Chief Minister Naveen Patnaik today reviewed the work of Mission Shakti Department PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ବିଭାଗର ବିଗତ ୪ବର୍ଷର କାର୍ଯ୍ୟର ସମୀକ୍ଷା କରିଥିଲେ ।

Ordigital Desk
  • Published: Saturday, 27 May 2023
  • Updated: 27 May 2023, 08:06 PM IST

Sports

Latest News

ନିର୍ବାଚନୀ ବର୍ଷରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟସ୍ତରରେ ଏସଏଚଜି ଫେଡେରେସନ ଓ ଏସଏଚଜି ପାଣ୍ଠି ଗଠନ କରିବେ । ଏସଏଚଜି ଫେଡେରେସନ ମାଧ୍ୟମରେ ବିଜେଡି ସମର୍ଥିତ ମହିଳା ନେତ୍ରୀମାନଙ୍କୁ ରାଜ୍ୟସ୍ତରରେ ମନ୍ତ୍ରୀ ପାହ୍ୟା ଦେଇ ଥଇଥାନ କରିବେ । ଆଉ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଢାଂଚାରେ ରାଜ୍ୟସ୍ତରୀୟ ଏସଏଚଜି ପାଣ୍ଠି ଗଠନ କରି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳା ସଦସ୍ୟମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବେ । ଆସନ୍ତା ୩-୪ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

ନିଜ ପଂଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ବିଭାଗର ବିଗତ ୪ବର୍ଷର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିବା ସହ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ସେହିପରି ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଏସଏଚଜିଗୁଡ଼ିକର ଆର୍ଥିକ ଅଭିବୃଦ୍ଧି, ଏସଏଚଜିମାନଙ୍କର କାରବାର ବୃଦ୍ଧି, ଏସଏଚଜି ସଶକ୍ତିକରଣ ଓ ନିର୍ବାଚନୀ ଇସ୍ତାହାର ପୂରଣ ଦିଗରେ ସୂଚନା ଦେଇଥିଲେ ।

Also Read

ସେ କହିଥିଲେ ଯେ, ଏସଏଚଜିଗୁଡ଼ିକୁ ଆର୍ଥିକ ସହାୟତା ଦେବା ପରିମାଣ ବିଗତ ୮ବର୍ଷ ମଧ୍ୟରେ ବାର୍ଷିକ ୧୯ଗୁଣ ବୃଦ୍ଧି ପାଇ ୧୧ହଜାର କୋଟି ଟଙ୍କା ଛୁଇଁଛି । ଦେଶର ଅନ୍ୟ ୬ଟି ରାଜ୍ୟ ଏ କ୍ଷେତ୍ରରେ ଓଡ଼ିଶା ତୁଳନାରେ ଆଗରେ ରହିଛନ୍ତି । ସେହିପରି ଏସଏଚଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ସର୍ବନିମ୍ନ ଏନପିଏ ରାଜ୍ୟ ହୋଇପାରିଛି । ଓଡ଼ିଶାରେ ୮୬.୫% ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଜମା ଖାତା ଅଛି ଓ ସେସବୁ ସକ୍ରିୟ ଅବସ୍ଥାରେ ରହିଛି । ୨୦ଟି ସରକାରୀ ବିଭାଗ ସହଭାଗିତାରେ ୪୯୪୯.୧୪କୋଟି ଟଙ୍କାର ରୋଜଗାରଭିତ୍ତିକ ସରକାରୀ ବ୍ୟବସାୟ ରାଜ୍ୟର ଏସଏଚଜି ଗୋଷ୍ଠୀମାନଙ୍କୁ ଯୋଗାଇ ଦିଆଯାଇଛି । ୨୫ଟି ଜିଲ୍ଲାରେ ୧୦୨ଟି କାଫେରେ ଦୈନିକ ୫୦-୧୦୦ ଲୋକ ଖାଇବା ପାଇଁ ଆସୁଛନ୍ତି । ପ୍ରତି କାଫେ ମାସିକ ହାରାହାରି ୫୦ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି ।

ଶ୍ରୀମତୀ କାର୍ତ୍ତିକେୟନ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢ଼ାଂଚାରେ ଏହି ପାଣ୍ଠି ଗଠନ ହେବ ଓ ଏସଏଚଜି ମହିଳା ସଦସ୍ୟମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେହିପରି ଜିଲ୍ଲାସ୍ତରରେ ମହିଳା ଏସଏଚଜି ଫେଡ଼େରେସନ ଗଠନ ହୋଇସାରିଛି । ଖୁବଶୀଘ୍ର ରାଜ୍ୟସ୍ତରରେ ଏହି ଫେଡ଼େରେସନ ଗଠନ କରାଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜିର ସମୀକ୍ଷାବେଳେ ବିଭାଗର କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ଏସଏଚଜି ଗୋଷ୍ଠୀମାନଙ୍କ ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଏବେ ପ୍ରୟାସ ଆରମ୍ଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story