Advertisment

ଓଡ଼ିଶାକୁ ୭୦୦ କୋଟି ଟଙ୍କା ଋଣ ଦେଲା ବିଶ୍ୱବ୍ୟାଙ୍କ

ବାତ୍ୟା ଆଦି ବିପର୍ଯ୍ୟୟର ଆଗୁଆ ସୂଚନା ସମେତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପକୂଳରେ ରହୁଥିବା ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷାକୁ ବୃଦ୍ଧି ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ।

author-image
Hemant Lenka
World Bank

World Bank

ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ୱବ୍ୟାଙ୍କ ଆଜି ଓଡ଼ିଶାକୁ ୧୦୦ ମିଲିୟନ ଡଲାର (ପ୍ରାୟ ୭୦୦କୋଟି ଟଙ୍କା) ଋଣ ମଞ୍ଜୁର କରିଛି।ବାତ୍ୟା ଆଦି ବିପର୍ଯ୍ୟୟର ଆଗୁଆ ସୂଚନା ସମେତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପକୂଳରେ ରହୁଥିବା ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷାକୁ ବୃଦ୍ଧି ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ। 

Advertisment

ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଅଗଷ୍ଟେ ଟାନୋ କୌମେ କହିଛନ୍ତି ଯେ ‘ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲେଂଟ ଗ୍ରୋଥ୍ ପ୍ରୋଗାମ’ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ପ୍ରାକୃତିକ ବିପର୍ଯ୍ୟୟବେଳେ କ୍ଷୟକ୍ଷତି ହ୍ରାସ ସହ ଆଗୁଆ ବିପର୍ଯ୍ୟୟ ସୂଚନା ଦେବା ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ମୁକାବିଲା ଯୋଜନାକୁ ସୁଦୃଢ଼ କରାଯାଇ ପାରିବ।

ଏହି କାର୍ଯ୍ୟକ୍ରମ ମଧ୍ୟ ଉପକୂଳରେ ରହୁଥିବା ବିଭିନ୍ନ ସମୁଦାୟର ଲୋକଙ୍କୁ କ୍ୟାସ ଟ୍ରାନ୍ସଫର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା ପ୍ରଦାନ କରିବ । ଏହି ନୂଆ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଡିଜିଟାଲ ସାମାଜିକ ସେବା ପ୍ରଦାନ ବ୍ୟବସ୍ଥାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ସାଢ଼େ ୧୨ବର୍ଷ ପର୍ଯ୍ୟନ୍ତ ଚାଲିବ, ଯାହା ଅଧିକ ୩ବର୍ଷ ବୃଦ୍ଧି କରାଯାଇପାରିବ।

Advertisment

ସୂଚନାଯୋଗ୍ୟ, ଓଡ଼ିଶାର ୪୮୦କିମି ସମୁଦ୍ର ଉପକୂଳ ଥିବାବେଳେ ରାଜ୍ୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି। 

Odisha Cyclone Disaster Management World Bank