Advertisment

କାଲି ବିଶ୍ୱର ଉତ୍ତପ୍ତ ସହର ହୋଇଥିଲା, ଆଜି ଅହୁରି ତାତିଲା ବାରିପଦା

ଆଜି ରାଜ୍ୟର ୨୫ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଏଥିରୁ ଅଧିକ ରେକର୍ଡ ହୋଇଛି।

ଅଦ୍ୟତନ ହୋଇଛି
heat wave

heat wave

Advertisment

କାଲି ବିଶ୍ୱର ଉତ୍ତପ୍ତ ସହର ହୋଇଥିଲା, ଆଜି ଅହୁରି ତାତିଲା ବାରିପଦା। ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪ଡ଼ିଗ୍ରୀ ରେକର୍ଡ ହୋଇଛି। ଆଜି ମଧ୍ୟ ରାଜ୍ୟର ସର୍ବୋଚ୍ଚ ଦିନର ତାପମାତ୍ର ବାରିପଦାରେ ରେକର୍ଡ ହୋଇଛି। କ୍ରମାଗତ ଭାବେ ଦୁଇଦିନ ଧରି ବାରିପଦାର ତାତି ବଢ଼ିବା ଉଦ୍‌ବେଗ ବଢ଼ାଇଛି।

Advertisment

ଖାଲି ବାରିପଦା ନୁହେଁ ପୂରା ରାଜ୍ୟରେ ଅସମ୍ଭାଳ ତାତି। ସିଝୁଛି ପୂରା ରାଜ୍ୟ। ଯେଉଁଥିରୁ ବାଦ୍‌ ପଡ଼ିନାହାନ୍ତି ଟ୍ୱିନ ସିଟି ବାସିନ୍ଦା। ଏଠାରେ ଆଜି ଦିନର ତାପମାତ୍ର ୪୦ଡ଼ିଗ୍ରୀ ଅତିକ୍ରମ କରିଛି। କଟକରେ ତାପମାତ୍ରା ୪୧.୨ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ଆଜି ରାଜ୍ୟର ୨୫ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଏଥିରୁ ଅଧିକ ରେକର୍ଡ ହୋଇଛି। ଯେତେବେଳେ କି ୧୦ ସହରରେ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ଆଜି ତାତିର ପ୍ରକୋପ ଅଧିକ ଥିବାରୁ ରାଜଧାନୀର ରାସ୍ତା ବିଶେଷ ଜାମ୍ ନ ଥିଲା।

Advertisment

ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୨.୬, ବୌଦ୍ଧରେ ୪୨.୫, ଟିଟିଲାଗଡ଼ରେ ୪୨.୫, ସମ୍ବଲପୁରରେ ୪୨.୨, ବଲାଙ୍ଗିରରେ ୪୨.୨, ଅନୁଗୋଳରେ ୪୨.୧, ସୋନପୁରରେ ୪୨.୧, ସୁନ୍ଦରଗଡ଼ରେ ୪୨, ରାଉରକେଲାରେ ୪୧.୮, ଭବାନୀପାଟଣାରେ ୪୧.୫, କଟକରେ ୪୧.୨, କେନ୍ଦୁଝରରେ ୪୧.୨, ହୀରାକୁଦରେ ୪୦.୬, ଭୁବନେଶ୍ୱରରେ ୪୦.୬, ଢେଙ୍କାନାଳରେ ୪୦.୫, ଚାନ୍ଦବାଲିରେ ୪୦.୩, ନୂଆପଡ଼ାରେ ୪୦.୨ ଓ ପାରଳାଖେମୁଣ୍ଡିରେ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି।

ଜଗତସିଂହପୁର, ନୟାଗଡ଼, ଯାଜପୁର, ଭଦ୍ରକ ଓ ବରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ସେହିପରି କନ୍ଧମାଳରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ୩୯.୮, ମାଲକାନଗିରିରେ ୩୯.୫, ଦେବଗଡ଼ରେ ୩୯.୫, ଖୋର୍ଦ୍ଧାରେ ୩୯.୫, ରାୟଗଡ଼ାରେ ୩୮.୨, ଛତ୍ରପୁରରେ ୩୮, ନବରଙ୍ଗପୁରରେ ୩୬, କୋରାପୁଟରେ ୩୫.୬, ଦାରିଙ୍ଗବାଡ଼ିରେ ୩୫.୫, ଗୋପାଳପୁରରେ ୩୪.୬, ପୁରୀରେ ୩୪ ଓ ପାରାଦୀପରେ ୩୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗ ପକ୍ଷରୁ ବର୍ଷାର ସମ୍ଭାବନା ଜାରି କରିଥିବାରୁ ଲୋକେ ଆକାଶକୁ ଚାହିଁ ବସିଛନ୍ତି।

ସୂଚନା ଥାଉକି, ଗତକାଲି ବାରିପଦା ବିଶ୍ୱର ଉତ୍ତପ୍ତ ସହର ରେକର୍ଡ କରିଥିଲା। ଏଠାରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ଯେତେବେଳେ କି ଗତକାଲି ରାଜ୍ୟର ୨୫ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଥିଲା।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe