Advertisment

ଏଜି ଛକରେ ଲାଗିଲା ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ୍ରି ହସ୍ପିଟାଲ ପକ୍ଷରୁ ଏଜି ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୁଲିସ କର୍ମୀଙ୍କ ପାଇଁ ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ର ଉଦ୍‌ଘାଟନ କରାଯାଇଛି। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେସିନ୍‌କୁ ଉଦ୍‌ଘାଟନ କରିବା ସହିତ ଆଗାମୀ ଦିନରେ ଏହି ବ୍ୟବସ୍ଥା ଭୁବନେଶ୍ୱର ଓ କଟକର ପ୍ରତ୍ୟେକ ପୁଲିସ ଷ୍ଟେସନରେ କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ […]

ଅଦ୍ୟତନ ହୋଇଛି
ଏଜି ଛକରେ ଲାଗିଲା ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

pad

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ୍ରି ହସ୍ପିଟାଲ ପକ୍ଷରୁ ଏଜି ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୁଲିସ କର୍ମୀଙ୍କ ପାଇଁ ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ର ଉଦ୍‌ଘାଟନ କରାଯାଇଛି।

Advertisment

ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେସିନ୍‌କୁ ଉଦ୍‌ଘାଟନ କରିବା ସହିତ ଆଗାମୀ ଦିନରେ ଏହି ବ୍ୟବସ୍ଥା ଭୁବନେଶ୍ୱର ଓ କଟକର ପ୍ରତ୍ୟେକ ପୁଲିସ ଷ୍ଟେସନରେ କରାଯିବ ବୋଲି କହିଛନ୍ତି।

ବର୍ତ୍ତମାନ ଭୁବନେଶ୍ୱରରେ ୬୪ ଜଣ ମହିଳା ଟ୍ରାଫିକ ପୁଲିସ କାର୍ଯ୍ୟରତ ଅଛନ୍ତି। ଏହି ଭେଣ୍ଡିଂ ମେସିନ୍‌ ମାଧ୍ୟମରେ ସେମାନଙ୍କୁ ୨ ଟଙ୍କାରେ ଗୋଟିଏ ସାନିଟାରୀ ପ୍ୟାଡ୍‌ ମିଳିବ ଏବଂ ଏହାଦ୍ୱାରା ସେମାନେ ବହୁତ ଲାଭ ପାଇପାରିବେ ବୋଲି ଡେପୁଟି କମିସନର ସାଗରିକା ନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ।

Advertisment

ବିଏମ୍‌ସି ପକ୍ଷରୁ ୨୦୧୮ରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଓ ଏୟାରପୋର୍ଟରେ ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌ର ଇନ୍‌ଷ୍ଟଲ୍‌ କରାଯାଇଥିଲା।

କାର୍ଯ୍ୟରତ ଥିବା ମହିଳା ପୁଲିସ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଓଡ଼ିଶା ପୁଲିସ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ କ୍ୟାନସର ସଚେତନତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe