Advertisment

ଭୁବନେଶ୍ୱରରେ ୧୦ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରର ପ୍ରାୟ ୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୧୦ଟି ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।  ପ୍ରଥମେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ୍ ହସ୍‌ପିଟାଲ୍‌ ପରିସରରେ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ମା’ ଓ ଶିଶୁ ଓ ସ୍ୱାସ୍ଥ୍ୟ ହସ୍‌ପିଟାଲ୍‌ କଂପ୍ଲେକ୍ସ ଉଦଘାଟନ କରିଥିଲେ। ପରେ ୪ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ବିଜେପି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନିର୍ମିତ […]

ଭୁବନେଶ୍ୱରରେ ୧୦ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

cm

Advertisment

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରର ପ୍ରାୟ ୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୧୦ଟି ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।  ପ୍ରଥମେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ୍ ହସ୍‌ପିଟାଲ୍‌ ପରିସରରେ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ମା’ ଓ ଶିଶୁ ଓ ସ୍ୱାସ୍ଥ୍ୟ ହସ୍‌ପିଟାଲ୍‌ କଂପ୍ଲେକ୍ସ ଉଦଘାଟନ କରିଥିଲେ। ପରେ ୪ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ବିଜେପି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନିର୍ମିତ କଳା ବିଭାଗର ନୂତନ ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ସେହିପରି ବିଜେପି କନିଷ୍ଠ ମହାବିଦ୍ୟାଳୟ ପରିସରରେ ନୂତନ ଭାବରେ ନିର୍ମିତ ରମଣ ସାଇନ୍ସ କୋଠାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ପରେ ସେ ଶହୀଦ ନଗରରେ ଭୂତଳ ପାନୀୟ ଜଳ ସଂରକ୍ଷଣାଗାର, ଡମଣା,ପଟିଆ, ନହରକଣ୍ଟା ଓ ଚକେଇ ସିଆଣି ଠାରେ ନିର୍ମିତ ପାଇପ ଯୋଗେ ପାନୀୟ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe