Advertisment

ଭୁବନେଶ୍ୱର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନ ଆଜି ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ବେଙ୍ଗଲୁରୁରୁ କୋଲକାତା ଯାଉଥିଲା। ବିମାନରେ ୧୫୨ ଜଣ ଯାତ୍ରୀଙ୍କ ସହ କ୍ୟୁ ମେମ୍ୱର ଓ ପାଇଲଟ୍ ଥିଲେ। ବମାନଟି ପ୍ରାୟ ଏକ ଘଣ୍ଟା ଉଡ଼ାଣ ଭରିବା ପରେ ଯାନ୍ତ୍ରିକ ତ୍ରୁଟି ଥିବା ଦେଖାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ କୋଲକାତା ବନ୍ଦରକୁ ଯାଇ ପାରିବ ବୋଲି ପାଇଲଟ୍ ଠିକ୍ ନ ମଣିବାରୁ ଭୁବନେଶ୍ୱର […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

BIJU-PATNAIK

Advertisment

ଭୁବନେଶ୍ୱର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନ ଆଜି ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ବେଙ୍ଗଲୁରୁରୁ କୋଲକାତା ଯାଉଥିଲା। ବିମାନରେ ୧୫୨ ଜଣ ଯାତ୍ରୀଙ୍କ ସହ କ୍ୟୁ ମେମ୍ୱର ଓ ପାଇଲଟ୍ ଥିଲେ।

Advertisment

ବମାନଟି ପ୍ରାୟ ଏକ ଘଣ୍ଟା ଉଡ଼ାଣ ଭରିବା ପରେ ଯାନ୍ତ୍ରିକ ତ୍ରୁଟି ଥିବା ଦେଖାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ କୋଲକାତା ବନ୍ଦରକୁ ଯାଇ ପାରିବ ବୋଲି ପାଇଲଟ୍ ଠିକ୍ ନ ମଣିବାରୁ ଭୁବନେଶ୍ୱର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ। ଭୁବନେଶ୍ୱରରେ ବିମାନ ବନ୍ଦରରେ ବିମାନ ଅତରଣ କରିବାକୁ ଅନୁମତି ମିଳିବା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଇଞ୍ଜିନିୟରମାନେ ବିମାନକୁ ସଜାଡିବାରେ ଲାଗିଛନ୍ତି।  ବିଶେଷ କରି କେତେକ ଯନ୍ତ୍ରାଂଶ ବାହାରୁ ଆସିବା ପରେ ହିଁ ଏହାର ମରାମତି ହୋଇପାରିବ ବୋଲି କୁହାଯାଇଛି।  ବିମାନରେ ଥିବା ବର୍ତ୍ତମାନ ବିମାନ ବନ୍ଦର ପରିସରରେ ଅଛନ୍ତି। ବିମାନ ସଜାଡିବାରେ ଅଧିକ ସମୟ ଲାଗିଲେ ଯାତ୍ରୀମାନଙ୍କୁ ବିଭିନ୍ନ ହୋଟେଲ୍ ଗୁଡିକୁ ପଠାଯିବା ପାଇଁ ସ୍କାଥିର କରାଯାଇଛି। ତେବେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନ ପାରି ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe