ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତତଲା ତାୱାରେ ପରିଣତ ହୋଇଯାଇଛି ଭୁବନେଶ୍ୱର। ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ। ଆଜି ଭୁବନେଶ୍ୱରରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ୨୦୧୧ ପରଠାରୁ ଅପ୍ରେଲ୍‌ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୁଣି ଆଜି ୪୧ ଡ଼ିଗ୍ରୀ ଅତିକ୍ରମ କଲା ଟ୍ୱିନ-ସିଟି କଟକ ରେ ୪୧.୧ ଡ଼ିଗ୍ରୀ ଏବଂ ଭୁବନେଶ୍ୱର […]

Weather

Weather

Manoranjan Sial
  • Published: Sunday, 24 April 2022
  • Updated: 24 April 2022, 08:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତତଲା ତାୱାରେ ପରିଣତ ହୋଇଯାଇଛି ଭୁବନେଶ୍ୱର। ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ। ଆଜି ଭୁବନେଶ୍ୱରରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ୨୦୧୧ ପରଠାରୁ ଅପ୍ରେଲ୍‌ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

https://twitter.com/mcbbsr/status/1518215004428062721?s=20&t=O0rVafT8rNvXid28J-SHWw

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍‌ ଅନୁସାରେ ୨୦୧୬ ମସିହା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ୱରରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଠିକ୍‌ ସେହିପରି ୨୦୧୯ ମସିହା ଏପ୍ରିଲ୍‌ ୧୬ ତାରିଖରେ ୪୩.୭ ଓ ୨୦୨୧ ମସିହା ଏପ୍ରିଲ୍‌ ୨୫ ତାରିଖରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୯.୯ ଡିଗ୍ରୀ, ଚାନ୍ଦବାଲିରେ ୪୧.୨ ଡିଗ୍ରୀ, କଟକରେ ୪୧.୧ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୩.୪ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୨.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୦.୪ ଡିଗ୍ରୀ, ସମ୍ୱଲପୁରରେ ୪୧.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ଭବାନୀପାଟଣାରେ ୪୧.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୩ ଡିଗ୍ରୀ, କୋରାପୁଟରେ ୩୬.୪ ଡିଗ୍ରୀ, ଫୁଲବାଣୀରେ ୩୯.୩ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୬ ଡିଗ୍ରୀ, ତାଳଚେରରେ ୪୩.୦ ଡିଗ୍ରୀ, ଛତ୍ରପୁରରେ ୪୦.୦ ଡିଗ୍ରୀ, ରାୟଗଡ଼ାରେ ୩୯.୬ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୧.୨ ଡିଗ୍ରୀ, ଢେଙ୍କାନାଳରେ ୪୧.୬ ଡିଗ୍ରୀ, ଦେବଗଡ଼ରେ ୪୧.୦ ଡିଗ୍ରୀ, ବରଗଡ଼ରେ ୪୧.୫ ଡିଗ୍ରୀ, ନବରଙ୍ଗପୁରରେ ୩୬.୨ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୦ ଡିଗ୍ରୀ, ଜଗତସିଂହପୁରରେ ୪୧.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୨ ଡିଗ୍ରୀ, ସୋନପୁରରେ ୪୩.୮ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ନୟାଗଡ଼ରେ ୪୧.୫ ଡିଗ୍ରୀ, ଦାରିଙ୍ଗବାଡିରେ ୩୫.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୫ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

https://twitter.com/mcbbsr/status/1518204362832908288?s=20&t=iIYW-bQ5vEQv1_hA3elz7w

ସେପଟେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ। ଠିକ୍‌ ସେହିପରି ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଏବଂ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

https://twitter.com/mcbbsr/status/1518218845416468480?s=20&t=4wRBgcVPJQ-1dIV3b4L36g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos