Advertisment

ଜଗନ୍ନାଥଙ୍କ ଦାରୁ ଭୂପତିତ

ଭୁବନେଶ୍ୱର: ଭୂପତିତ ହୋଛନ୍ତି ଜଗନ୍ନାଥଙ୍କ ଦାରୁ। ଛେଦନ ଆରମ୍ଭର ପ୍ରାୟ ୪ ଘଣ୍ଟା ପରେ ଭୂପତିତ ହୋଇଛନ୍ତି ଦିବ୍ୟବାରୁ। ଦିବ୍ୟଦାରୁ ଭୂପତିତ ହେବା ପରେ ଏଥିରେ ବସିଥିବା ଦୁଇଟି ପେଚାକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଗତସିଂହପୁର  ଜିଲ୍ଲା ରଘୁନାଥପୁର ଖରିପଡ଼ିଆ ଠାରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଆରମ୍ଭ ହୋଇଥିଲା ଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ। ଅପରାହ୍ନ ପ୍ରାୟ ୩ଟା ବେଳେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିଥିଲା। ତା’ପରେ ପ୍ରାୟ ସାଢେ ତିନିଟାରେ […]

ଅଦ୍ୟତନ ହୋଇଛି
ଶ୍ରୀ ଜଗନ୍ନାଥ ଦାରୁଙ୍କ ଚଉପଟ କାର୍ଯ୍ୟ ଆରମ୍ଭ

jaga

Advertisment

ଭୁବନେଶ୍ୱର: ଭୂପତିତ ହୋଛନ୍ତି ଜଗନ୍ନାଥଙ୍କ ଦାରୁ। ଛେଦନ ଆରମ୍ଭର ପ୍ରାୟ ୪ ଘଣ୍ଟା ପରେ ଭୂପତିତ ହୋଇଛନ୍ତି ଦିବ୍ୟବାରୁ। ଦିବ୍ୟଦାରୁ ଭୂପତିତ ହେବା ପରେ ଏଥିରେ ବସିଥିବା ଦୁଇଟି ପେଚାକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

ଜଗତସିଂହପୁର  ଜିଲ୍ଲାରଘୁନାଥପୁରଖରିପଡ଼ିଆ ଠାରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଆରମ୍ଭ ହୋଇଥିଲା ଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ। ଅପରାହ୍ନ ପ୍ରାୟ ୩ଟା ବେଳେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିଥିଲା। ତା’ପରେ ପ୍ରାୟ ସାଢେ ତିନିଟାରେ ଦାରୁଙ୍କ ନିକଟରେ କରାଯାଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ପ୍ରଥେମ

ବିଦ୍ୟାପତି ସୁନା କୁରାଢ଼ି ଓ ପରେ ବିଶ୍ୱାବସୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରିଥିଲେ। ଏହା ପରେ ମହାରଣା ସେବାୟତମାନେ ଲୁହା କୁରାଢ଼ିରେ ଦିବ୍ୟଦାରୁଙ୍କ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ।

Advertisment

ଜଗନ୍ନାଥଙ୍କ ଦାରୁଙ୍କ ଦର୍ଶନ ପାଇଁ ଖରିପଡ଼ିଆ ଲୋକାରଣ୍ୟ ହୋଇଛି। ଦାରୁ ଭୂପତିତ ହେଲା ପରେ ଆସନ୍ତାକାଲି ଠାରୁ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଅନାବଶ୍ୟକ ଅଂଶଗୁ ପାତାଳି କରାଯିବ। ଦାରୁ ଶଗଡ଼ି ନିର୍ମାଣ କାର୍ଯ୍ୟ କରାଯିବ। ଏ ସବୁ କାମ ଶେଷ ହେବା ପରେ ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe