ବିଚ୍ଛିନ୍ନାଞ୍ଚଳରେ ପୋଲିସ୍ ଡିଜି ଓ ପୂର୍ତ୍ତି ସଚିବ: ମାଓ ସ୍ଥିତି ସମୀକ୍ଷା କଲେ, ଗୁରୁପ୍ରିୟା ସେତୁ କାର୍ଯ୍ୟ ବୁଲି ଦେଖିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ଅଗ୍ରଗତି ସହ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ। ଶୁକ୍ରବାର ଡିଜି ହେଲିକପ୍ଟର ଯୋଗେ ଯାଇ ବଡ଼ପଡ଼ା ସ୍ଥିତ ବିଏସଏଫ୍ କ୍ୟାମ୍ପରେ ଓହ୍ଲାଇଥିଲେ। ବିଏସଏଫ କ୍ୟାମ୍ପରେ ମାଓ ମୁକାବିଲା ଓ ଗୁରୁପ୍ରିୟା ସେତୁର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।  ସେଠାରୁ ସେ ଗୁରୁପ୍ରିୟା ସେତୁ କାମ ଦେଖିବାକୁ ଯାଇଥିଲେ। ଜାନବାଇ ଘାଟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମାରିକ କହିଛନ୍ତି ଯେ […]

sanjeebmarick

sanjeebmarick

Rakesh Mallick
  • Published: Friday, 22 May 2015
  • Updated: 22 May 2015, 12:57 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ଅଗ୍ରଗତି ସହ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ। ଶୁକ୍ରବାର ଡିଜି ହେଲିକପ୍ଟର ଯୋଗେ ଯାଇ ବଡ଼ପଡ଼ା ସ୍ଥିତ ବିଏସଏଫ୍ କ୍ୟାମ୍ପରେ ଓହ୍ଲାଇଥିଲେ। ବିଏସଏଫ କ୍ୟାମ୍ପରେ ମାଓ ମୁକାବିଲା ଓ ଗୁରୁପ୍ରିୟା ସେତୁର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।  ସେଠାରୁ ସେ ଗୁରୁପ୍ରିୟା ସେତୁ କାମ ଦେଖିବାକୁ ଯାଇଥିଲେ। ଜାନବାଇ ଘାଟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମାରିକ କହିଛନ୍ତି ଯେ ଗୁରୁପ୍ରିୟା ସେତୁର କାମ କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହାର ନିରାପତ୍ତା ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହା ସହିତ ଏ ଅଞ୍ଚଳେର ନକ୍ସଲ ମୁକାବିଲା ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ସେହିଭଳି ମାରିକଙ୍କ ସହିତ ଗୁରୁପ୍ରିୟା ସେତୁ ପରିଦର୍ଶନରେ ଯାଇଥିଲା ପୂର୍ତ୍ତ ସଚିବ ନଳିନୀ ପ୍ରଧାନ କହିଥିଲେ ଯେ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପାଇଁ ୩ ବର୍ଷର ଟାର୍ଗେଟ ରଖାଯାଇଛି। ତେବେ ଏହାକୁ ଦୁଇ ବର୍ଷରେ ଶେଷ କରାଯିବ।

ଡିଜି ସଞ୍ଜୀବ ମାରିକ ଓ ପୂର୍ତ୍ତ ସଚିବ ନଳୀନି ପ୍ରଧାନଙ୍କ ସହିତ ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ୍ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ମନୋଜ ଛାବ୍ରା ପ୍ରମୁଖ ଗୁରୁପ୍ରିୟା ସେତୁ ଅଞ୍ଚଳ ପରିଦର୍ଶନ କରିଥିଲେ। ଏମାନଙ୍କ ସହ ମାଲକାନଗିରି ଏସପି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos