Advertisment

ବିଚ୍ଛିନ୍ନାଞ୍ଚଳର ଉନ୍ନତିକୁ ବିରୋଧ କରୁନାହାନ୍ତି ମାଓ ସଂଗଠନ: ମାଓ ନେତା ବେଣୁ

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାମକୁ ବିରୋଧ କରୁ ନାହାନ୍ତି ମାଓ ସଂଗଠନ। ସେମାନେ ବି ଆଦିବାସୀ ତଥା ସାଧାରଣ ଲୋକଙ୍କ ସୁଖ ସ୍ୱାଚ୍ଛନ୍ଦ ଜୀବନ ଜୀବିକା ଚାହୁଁଛନ୍ତି। କିନ୍ତୁ  ସରକାର  ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିବାରୁ ସେମାନଙ୍କୁ ଲଢେଇ କରିବାକୁ ପଡୁଥିବା କହିଛନ୍ତି ମାଓନେତା ବେଣୁ। ଗୁରୁପ୍ରିୟା ସେତୁକୁ କାହିଁକି ମାଓବାଦୀମାନେ ବିରୋଧ କରୁଛନ୍ତି ଏହା ଜାଣିବାକୁ ମାଲକାନଗିରି ଡିଭିଜନାଲ କମିଟି ମାଓ କ୍ୟାମ୍ପରେ ପହଞ୍ଚିଥିଲା ଓଟିଭି ଟିମ୍। ମାଲକାନଗିରି ଡିଭିଜନାଲ୍ କମିଟିର […]

ଅଦ୍ୟତନ ହୋଇଛି
ବିଚ୍ଛିନ୍ନାଞ୍ଚଳର ଉନ୍ନତିକୁ ବିରୋଧ କରୁନାହାନ୍ତି ମାଓ ସଂଗଠନ: ମାଓ ନେତା ବେଣୁ

maobadi-benu

Advertisment

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାମକୁ ବିରୋଧ କରୁ ନାହାନ୍ତି ମାଓ ସଂଗଠନ। ସେମାନେ ବି ଆଦିବାସୀ ତଥା ସାଧାରଣ ଲୋକଙ୍କ ସୁଖ ସ୍ୱାଚ୍ଛନ୍ଦ ଜୀବନ ଜୀବିକା ଚାହୁଁଛନ୍ତି। କିନ୍ତୁ  ସରକାର  ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିବାରୁ ସେମାନଙ୍କୁ ଲଢେଇ କରିବାକୁ ପଡୁଥିବା କହିଛନ୍ତି ମାଓନେତା ବେଣୁ।

Advertisment

ଗୁରୁପ୍ରିୟା ସେତୁକୁ କାହିଁକି ମାଓବାଦୀମାନେ ବିରୋଧ କରୁଛନ୍ତି ଏହା ଜାଣିବାକୁ ମାଲକାନଗିରି ଡିଭିଜନାଲ କମିଟି ମାଓ କ୍ୟାମ୍ପରେ ପହଞ୍ଚିଥିଲା ଓଟିଭି ଟିମ୍। ମାଲକାନଗିରି ଡିଭିଜନାଲ୍ କମିଟିର ସମ୍ପାଦକ ତଥା ମାଓ ନେତା ବେଣୁଙ୍କ ସହ ଓଟିଭି ଟିମ୍ କରିଥିଲା ଏକ ସାକ୍ଷାତାକାର। ଏହି ଅବସରରେ ମାଓନେତା ବେଣୁ ବିଭିନ୍ନ ପ୍ରସଙ୍ଗରେ ମାଓ ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ତାଙ୍କ ମତ ରଖିଥିଲେ। ଆଲୋଚନା ବେଳେ ମାଓ ସଂଗଠନର ପରବର୍ତ୍ତୀ ପଦକ୍ଷେପ ଆଉ ବିଗତ ଦିନର କାର୍ଯ୍ୟକଳାପ ନେଇ ତଥ୍ୟ ରଖିଥିଲେ ମାଓନେତା ବେଣୁ।

ସେ କହିଥିଲେ, ଗୁରୁପ୍ରିୟା ସେତୁ ହୋଇଗଲେ ଅଞ୍ଚଳର ବିକାଶ ହୋଇଯିବ ନାହିଁ। ତେଣୁ ଆମେ ଏହାକୁ ବିରୋଧ କରୁଛୁ। ସରକାର ପୋଲିସ କ୍ୟାମ୍ପ ବସାଇ ହଜାର ହଜାର ପୋଲିସଙ୍କୁ ରଖୁଛି, ହେଲେ ଶିକ୍ଷକଙ୍କୁ ଦରମା ଦେଉନାହିଁ। ଲୋକେ ପାଣି ପାଉନାହାନ୍ତି, ସ୍ୱାସ୍ଥ୍ୟ  ଠିକରେ ପହଞ୍ଚୁ ନାହିଁ। ଆମେ ବିରୋଧ କରୁନାହୁଁ, ଆମେ ଚାହୁଁଛୁ ଲୋକଙ୍କୁ ପିଇବାକୁ ଭଲ ପାଣି ମୁନ୍ଦେ ମିଳୁ। ସବୁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe