ବଡ଼ ହସ୍ପିଟାଲ୍‌ରେ ବଡ଼ ଭୁଲ୍‌! ଜଣକ ଇଞ୍ଜେକ୍‌ସନ୍‌ ଆଉ ଜଣକୁ ଫୋଡ଼ିଦେଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଡ଼ ହସ୍ପିଟାଲ୍‌ରେ ବଡ଼ ଭୁଲ୍‌! ଜଣକ ଇଞ୍ଜେକ୍‌ସନ୍‌ ଆଉ ଜଣକୁ ଫୋଡ଼ିଦେଲେ। ପ୍ରତିବାଦ କରିବାରୁ ରୋଗୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ। କେବେ ଏକ୍ସପାୟାରୀ ସାଲାଇନ୍‌ ଓ ଔଷଧ ଦେଇ ଚର୍ଚ୍ଚାରେ ଥିବା ଏହି ହସ୍ପିଟାଲ, ଏବେ ଏକ ଚିକିତ୍ସା ଅବହେଳାକୁ ନେଇ ସମାଲୋଚନାକୁ ଆସିଛି। ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁମେରବାହାଲ ଗାଁର ଖେଡୁ ସାମାଲଙ୍କ ପେଟ […]

Balangir

Balangir

Manoranjan Sial
  • Published: Monday, 01 November 2021
  • Updated: 01 November 2021, 06:10 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଡ଼ ହସ୍ପିଟାଲ୍‌ରେ ବଡ଼ ଭୁଲ୍‌! ଜଣକ ଇଞ୍ଜେକ୍‌ସନ୍‌ ଆଉ ଜଣକୁ ଫୋଡ଼ିଦେଲେ। ପ୍ରତିବାଦ କରିବାରୁ ରୋଗୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ। କେବେ ଏକ୍ସପାୟାରୀ ସାଲାଇନ୍‌ ଓ ଔଷଧ ଦେଇ ଚର୍ଚ୍ଚାରେ ଥିବା ଏହି ହସ୍ପିଟାଲ, ଏବେ ଏକ ଚିକିତ୍ସା ଅବହେଳାକୁ ନେଇ ସମାଲୋଚନାକୁ ଆସିଛି।

ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁମେରବାହାଲ ଗାଁର ଖେଡୁ ସାମାଲଙ୍କ ପେଟ ଯନ୍ତ୍ରଣା ହେଉଥିଲା। ରବିବାର ଦିନ ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେ ମେଲ୍‌ ୱାର୍ଡର ୪୮ ନମ୍ୱର ବେଡ୍‌ରେ ଚିକିତ୍ସିତ ହେଉଥିଲେ। ଠିକ୍‌ ସେହିପରି ବଂଗୋମୁଣ୍ଡ ବ୍ଲକ୍‌ର ହରି ମହାନନ୍ଦ ନାମକ ଜଣେ ରୋଗୀ ସେହି ୱାର୍ଡର ୪୯ ନମ୍ୱର ବେଡରେ ଚିକିତ୍ସିତ ହେଉଥିଲେ।

ଆଜି ୪୯ ନମ୍ୱର ବେଡ୍‌ରେ ଥିବା କଡ୍‌ନୀ ରୋଗୀ ହରି ମହାନନ୍ଦଙ୍କୁ ଇଞ୍ଜେକସନ୍‌ ଭର୍ତ୍ତି ସାଲାଇନ ଦେବାକୁ ଦାୟିତ୍ୱରେ ଥିବା ନର୍ସ ଆସିଥିଲେ। ହରି ମହାନନ୍ଦଙ୍କୁ ଦିଆଯିବାକୁ ଥିବା ସାଲାଇନରେ ତାଙ୍କ ନାଁ ମଧ୍ୟ ଲେଖାଯାଇଥିଲା। ଏହା ସତ୍ତ୍ୱେ କିଡନୀ ରୋଗୀ ହରି ମହାନନ୍ଦଙ୍କ ଇଞ୍ଜେକସନ୍‌ ଭର୍ତ୍ତି ସାଲାଇନ୍‌କୁ ପେଟ ବ୍ୟଥା କରୁଥିବା ୪୮ ନମ୍ୱର ବେଡରେ ଥିବା ଖେଡୁ ସାମଲକୁ ଦିଆଯାଇଥିଲା।

ଭୁଲ୍‌ ଇଞ୍ଜେକସନ୍‌ ଭର୍ତ୍ତି ସାଲାଇନ୍‌ ଦିଆଯାଉଥିବା ଦେଖି ଖେଡ଼ି ସାମଲଙ୍କ ପୁଅ ପ୍ରତିବାଦ କରିଥିଲେ। ଏପରିକି କାର୍ଯ୍ୟରେ ଥିବା ନର୍ସ ଓ ଡାକ୍ତରଙ୍କୁ ଜଣାଇଥିଲେ। କିନ୍ତୁ କେହି କିଛି ଶୁଣିବା ପରିବର୍ତ୍ତେ ଓଲଟା ଖେଡୁ ସାମଲଙ୍କ ପୁଅକୁ ଗାଲିଗୁଲଜ କରିଥିବାର ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଘଟଣାର ଅନୁସନ୍ଧାନ ପାଇଁ ପଠାଇଛନ୍ତି ଅଧିକ୍ଷକ। ଡାକ୍ତର ଜଣକ ଏ ସଂପର୍କରେ ଅନୁଧ୍ୟାନ କରିବା ପରେ ଭୁଲ୍‌ ହୋଇଥିବା ସ୍ୱୀକାର କରିଛନ୍ତି। ନର୍ସମାନେ ଏପରି ଭୁଲ କରିବା କଥା ନୁହଁ ବୋଲି ସେ କହିଛନ୍ତି। କିନ୍ତୁ ଭୁଲରେ ଯେଉଁସବୁ ଇଂଜେକସନ ଦିଆଯାଇଛି, ତାହା ରୋଗୀକୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା କରିବ ନାହିଁ, ଆମେ ରୋଗୀ ଉପରେ ନଜର ରଖିଛୁ ବୋଲି ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story