Advertisment

ନୀତୀଶଙ୍କ ମେଳିରେ ସାମିଲ ହେବେ କି ନବୀନ? ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୂର୍ବରୁ ନୀତୀଶ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନବୀନ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୀତୀଶ ବିରୋଧୀଙ୍କୁ ଏକଜୁଟ […]

ଅଦ୍ୟତନ ହୋଇଛି
ନୀତୀଶଙ୍କ ମେଳିରେ ସାମିଲ ହେବେ କି ନବୀନ? ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ

cmo

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ପୂର୍ବରୁ ନୀତୀଶ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନବୀନ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୀତୀଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ନବୀନଙ୍କୁ ସାମିଲ କରିବେ ବୋଲି ଚର୍ଚ୍ଚା ହେଉଛି।

ନବୀନଙ୍କୁ ଭେଟିବା ସହ ନୀତୀଶ ଆଉ କିଛି ବିରୋଧୀ ଦଳ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏନସିପି ନେତା ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ପାରନ୍ତି। ଏଥିସହ ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି କୁମାର ସ୍ୱାମୀଙ୍କୁ ମଧ୍ୟ ନୀତୀଶ କୁମାର ଭେଟି ପାରନ୍ତି।

Advertisment

ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି,  ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ, ସିପିଏମ୍ ନେତା ସୀତାରାମ ୟେଚୁରୀ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ମୁଖ୍ୟ ଓମ୍ ପ୍ରକାଶ ଚୌତାଲା, ସିପିଆଇ ନେତା ଡି. ରାଜାଙ୍କୁ ଭେଟି ଆଲୋଚନା କରିଥିଲେ ନୀତୀଶ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ କିପରି ଏକାଠି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ପ୍ରଥମ ଥର ପାଇଁ ନୀତୀଶ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe