Advertisment

‘ପ୍ରବାସୀଙ୍କ ଆକାଉଣ୍ଟରେ ତୁରନ୍ତ ୫ ହଜାର ଟଙ୍କା ଜମା କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରତରୁ ଆସିବାକୁ ଥିବା ଟ୍ରେନ୍‌ ବାତିଲ ହେବା ପରେ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି,  ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଘରମୁହାଁ ହୋଇଥିବା ଓଡ଼ିଆ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଗଲା। ଏବେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଗଲାଣି। ନା  ସେମାନେ ଆସିପାରୁଛନ୍ତି, ନା କାମ କରି ପାରୁଛନ୍ତି ନା ଦରମା ପାଉଛନ୍ତି। ଫଳରେ ଅତି ଦୁର୍ବିସହ ଭାବେ ଜୀବନ କାଟୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏଦିଗ […]

ଅଦ୍ୟତନ ହୋଇଛି
‘ପ୍ରବାସୀଙ୍କ ଆକାଉଣ୍ଟରେ ତୁରନ୍ତ ୫ ହଜାର ଟଙ୍କା ଜମା କର’

bijay

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରତରୁ ଆସିବାକୁ ଥିବା ଟ୍ରେନ୍‌ ବାତିଲ ହେବା ପରେ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି,  ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଘରମୁହାଁ ହୋଇଥିବା ଓଡ଼ିଆ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଗଲା। ଏବେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଗଲାଣି। ନା  ସେମାନେ ଆସିପାରୁଛନ୍ତି, ନା କାମ କରି ପାରୁଛନ୍ତି ନା ଦରମା ପାଉଛନ୍ତି। ଫଳରେ ଅତି ଦୁର୍ବିସହ ଭାବେ ଜୀବନ କାଟୁଛନ୍ତି।

Advertisment

ରାଜ୍ୟ ସରକାର ତୁରନ୍ତ ଏଦିଗ ପ୍ରତି ଦୃଷ୍ଟି ଦେଇ ଯେଉଁମାନେ ବାହାର ରାଜ୍ୟରେ ଫସି ରହିଛନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରନ୍ତୁ। ସରକାର ତୁରନ୍ତ ସେମାନଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଲେଖା ଡିପୋଜିଟ କରନ୍ତୁ।  ନ ହେଲେ ସେମାନଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିବ ବୋଲି ଚେତାଇ ଦେଇଛନ୍ତି ବିଜୟ ମହାପାତ୍ର।

ଅନ୍ୟ ରାଜ୍ୟ ନିଜ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିଥିବା ବେଳେ ଆମ ସରକାର ମଧ୍ୟ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ନଚେତ ସେମାନଙ୍କ ଚଳିବା ମୁସ୍କିଲ ହୋଇପଡ଼ିବ। ସେମାନଙ୍କୁ ଉପାସରେ ରହିବାକୁ ଛାଡ଼ିଦେବା କେତେଦୂର ମାନବିକତା  ସରକାର ସେ ସମ୍ପର୍କରେ ବିଚାର କରନ୍ତୁ ବୋଲି ବିଜୟ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe