gst
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର ଭୁବନେଶ୍ୱର ଜୋନର ମୁଖ୍ୟ କମିଶନର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କର ପୂର୍ବରୁ ଭୁବନେଶ୍ୱର ଜୋନରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର ଜୋନର ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଶ୍ରୀ କର କୋଲକାତା, ବାଙ୍ଗାଲୋର, ବିଶାଖାପାଟଣା, ହାଇଦ୍ରାବାଦ ଭଳି ସ୍ଥାନରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରିଥିବାବେଳେ ୨୦୧୮ ମସିହାରେ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟାଲ ଆୱାର୍ଡ ମଧ୍ୟ ମିଳିଛି । ଶ୍ରୀ କର ଭୁବନେଶ୍ୱରରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟ କରିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସଟି ଓ ଟିକସ ସଂଗ୍ରହ ପରିମାଣରେ ଆଖିଦୃଶିଆ ସଫଳତା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/gst.jpg)