Advertisment

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ଭୁଲ ହୋଇଛି, ଏହାକୁ ସଂଶୋଧନ କରିବ କିଏ?‘

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ଭୁଲ ହୋଇଛି। ତେବେ ଏହି ଭୁଲ୍‌କୁ ସଂଶୋଧନ କରିବ କିଏ? ଯେଉଁମାନେ ଭୁଲ କରିଛନ୍ତି, ସେମାନେ ସଂଶୋଧନ କରିବେ। ନ ହେଲେ ନ୍ୟାୟାଳୟ କରିବ, ନ ହେଲେ ଯେଉଁମାନେ ଆଇନ ଦାୟିତ୍ୱରେ ଅଛନ୍ତି ସେମାନେ କରିବେ। ଏହି ତିନୋଟି ବାଟରୁ ସରକାରଙ୍କୁ ଏକ ବାଟ ବାଛିବାକୁ ପଡ଼ିବ। ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏପରି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଆହୁରି କହିଛନ୍ତି, […]

ଅଦ୍ୟତନ ହୋଇଛି
‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ଭୁଲ ହୋଇଛି, ଏହାକୁ ସଂଶୋଧନ କରିବ କିଏ?‘

BIJAY_MOHAPATRA_

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ଭୁଲ ହୋଇଛି। ତେବେ ଏହି ଭୁଲ୍‌କୁ ସଂଶୋଧନ କରିବ କିଏ? ଯେଉଁମାନେ ଭୁଲ କରିଛନ୍ତି, ସେମାନେ ସଂଶୋଧନ କରିବେ। ନ ହେଲେ ନ୍ୟାୟାଳୟ କରିବ, ନ ହେଲେ ଯେଉଁମାନେ ଆଇନ ଦାୟିତ୍ୱରେ ଅଛନ୍ତି ସେମାନେ କରିବେ। ଏହି ତିନୋଟି ବାଟରୁ ସରକାରଙ୍କୁ ଏକ ବାଟ ବାଛିବାକୁ ପଡ଼ିବ। ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏପରି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

Advertisment

ସେ ଆହୁରି କହିଛନ୍ତି, ଆଇନ ଉଲ୍ଲଙ୍ଘନ କରି ବିକାଶ କରାଯାଇପାରିବ ନାହିଁ। ଆଇନ ପରିଧି ଭିତରେ ରହି କାମ କରିବା ଉଚିତ। ହାଇକୋର୍ଟଙ୍କ ପାଖରେ ସମସ୍ତ ତଥ୍ୟ ନାହିଁ। ସମସ୍ତ ତଥ୍ୟ ଥିଲେ ହାଇକୋର୍ଟ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ସାରନ୍ତେଣି।

ପୁରୀର ଐତିହ୍ୟ କିପରି ଅକ୍ଷୂର୍ଣ୍ଣ ରହିବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

Advertisment

ଅନ୍ୟପକ୍ଷରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୋ ପାଖରୁ ପରାମର୍ଶ ନେବା କଥା। ମୋ ସହ ସମୀକ୍ଷା କରି ଯଦି ପରିକ୍ରମା କାମ ଆରମ୍ଭ ହୋଇଥାନ୍ତା, ତାହା ହେଲେ ମୁଁ କିଛି କହିଥାନ୍ତି। ଯେଉଁମାନେ କାମ ଆରମ୍ଭ କଲେ, ସେମାନେ ମୋ ପାଖରୁ କୌଣସି ପରାମର୍ଶ ନେଇ ନାହାନ୍ତି। ମୁଁ କାହାକୁ ଏକାୟୁ ପରାମର୍ଶ ଦିଏ ନାହିଁ। ସବୁକଥା ଶୁଣି  ପରିସ୍ଥିତି ଦେଖି ମୁଁ ମୁହଁ ଖୋଲିଥାଏ।

ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ସମାଜସେବୀ ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଗତକାଲି ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଆଲୋଚନା ବ୍ୟକ୍ତିଗତ ଥିବା ସେ କହିଛନ୍ତି। ସରକାର ଆଇନ ପରିସରରେ ରହି କାର୍ଯ୍ୟ କରିବା ଦରକାର ବୋଲି ମୃଣାଳିନୀ ପାଢ଼ୀ କହିଛନ୍ତି।

Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe