/odisha-reporter/media/post_attachments/uploads/2015/04/biju-babu.jpg)
biju babu
ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ଲାଗି କେନ୍ଦ୍ର ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଯୋଜନା। ଆସନ୍ତା ବର୍ଷ ବିଜୁ ବାବୁଙ୍କ ଶହେତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ସମ୍ମାନିତ କରାଯିବ। ଏଥିଲାଗି ସ୍ୱତନ୍ତ୍ର ଡାକ ଟିକେଟ ଓ ମୁଦ୍ରା ପ୍ରଚଳନ ହେବ।
ଦେଶର କିଛି ବରପୁତ୍ରଙ୍କ ସ୍ମୃତିରକ୍ଷା ଲାଗି କେନ୍ଦ୍ରସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ,ମାନବ ସମ୍ଭଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପ୍ରମୁଖ ସଦସ୍ୟ ରହିଛନ୍ତି।
ଦେଶ ବିଭାଜନ ଉପରେ ଯୁଗାନ୍ତକାରୀ ଉପନ୍ୟାସ ତାମସର ସ୍ରଷ୍ଠା ଭୀଷମ୍ ସାହାନିଙ୍କୁ ଚଳିତ ବର୍ଷ ସମ୍ମାନିତ କରାଯିବ। ସେହିପରି ବିଜୁ ପଟ୍ଟନାୟକ, ପଣ୍ଡିତ ଦିନ୍ ଦୟାଲ ଉପାଧ୍ୟାୟଙ୍କୁ ଆସନ୍ତା ବର୍ଷ ଏବଂ ପରେ ଲାଲା ରାଜପତ ରାୟ ଓ ମରଠା ବୀର ମହା ରାଣାପ୍ରତାପ,ତାନ୍ତିଆ ଟୋପେ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
