Advertisment

କେମିତି ଅଛନ୍ତି ବିଜୁବାବୁଙ୍କ ଡାହାଣ ହାତ ସହରାଇ ? ପୁଅ ନବୀନ ଟିକେ ଖବର ରଖିଛନ୍ତି ତ ?

କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍‌ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ ନିଃସ୍ୱ। ୧୦ ବର୍ଷ ଧରି ଶଯ୍ୟାଶାୟୀ। ସ୍ଥିତି ଏମିତି ଯେ ଔଷଧ କିଣିବାକୁ ବି ସାମର୍ଥ୍ୟ ନାହିଁ। ଏକଦା କେନ୍ଦୁଝରରେ ଜନତା ଦଳର ମୂଳଦୁଆ ପକାଇଥିଲେ ଏବଂ […]

ଅଦ୍ୟତନ ହୋଇଛି
କେମିତି ଅଛନ୍ତି ବିଜୁବାବୁଙ୍କ ଡାହାଣ ହାତ ସହରାଇ ? ପୁଅ ନବୀନ ଟିକେ ଖବର ରଖିଛନ୍ତି ତ ?

oram-1-

Advertisment

କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍‌ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ ନିଃସ୍ୱ।

Advertisment

୧୦ ବର୍ଷ ଧରି ଶଯ୍ୟାଶାୟୀ। ସ୍ଥିତି ଏମିତି ଯେ ଔଷଧ କିଣିବାକୁ ବି ସାମର୍ଥ୍ୟ ନାହିଁ। ଏକଦା କେନ୍ଦୁଝରରେ ଜନତା ଦଳର ମୂଳଦୁଆ ପକାଇଥିଲେ ଏବଂ ପରେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ। ସହରାଇ ଓରାମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଏମିତି ଯେ, ସେ ଆଉ କଥା କହି ପାରୁ ନାହାନ୍ତି , ଖୁଆଇ ଦେଲେ ଖାଉଛନ୍ତି। ଶୁଆଇ ଦେଲେ ଶୋଉଛନ୍ତି। ହ୍ୱିଲ ଚେୟାରରେ ବସେଇଦେଲେ ବସୁଛନ୍ତି।

ବାର୍ଦ୍ଧକ୍ୟ ସମୟରେ ଏ ସ୍ଥିତି ଦେଇ ହୁଏତ ଅନେକ ଯିବେ ? ହେଲେ ୟାଙ୍କ ପାଇଁ ଏ ବର୍ଣ୍ଣନା କାହିଁକି? ଏଇଥିପାଇଁ ଯେ ଆଜି ନୁହେଁ ପାଖାପାଖି ଦଶ ବର୍ଷ ହେବ ସେ ଏଇ ସ୍ଥିତିରେ। ସହରାଇ ଓରାମ ଚମ୍ପୁଆର ପୂର୍ବତନ ବିଧାୟକ। ତିନି ତିନି ଥରର ମନ୍ତ୍ରୀ। ଏକଦା ବିଜୁ ବାବୁଙ୍କ ଡାହାଣ ହାତ ଥିଲେ, ହେଲେ ଏତେବଡ଼ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ପରିବାର ପାଖରେ ଆଜି ତାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥନାହିଁ।  ୧୦ ବର୍ଷ ତଳେ ପକ୍ଷାଘାତରେ ପୀଡ଼ିତ ହେବା ପରଠୁ ଗୋଟିକ ପରେ ଗୋଟିଏ ରୋଗରେ ପଡ଼ି ସହରାଇ ବାବୁ ଏମିତି ଘାଣ୍ଟି ହେଉଥିଲେ ବି ଚିକିତ୍ସା ପାଇଁ କେହି ଯେମିତି ଆଡ଼ ଆଖିରେ ଚାହୁଁନାହାନ୍ତି।

Advertisment

publive-image

ବୟସ ଖସିବା ପରଠୁ ସେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି ଯେମିତି। ଏବେ ସମ୍ବଳ କହିଲେ ପୂର୍ବତନ ବିଧାୟକ ଭାବେ ପାଉଥିବା ପେନ୍‌ସନ୍ ଓ ପୁଅର ସ୍ୱଳ୍ପ ରୋଜଗାର। ତେଣୁ ଏଭଳି ସ୍ଥିତିରେ ଦଳ ଏବଂ ସରକାର ସହରାଇଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଭଦ୍ରାସାହି ଗାଁରେ ଥିବା ନିଜ ଘରେ ଏବେ ଏମିତି ଦୁର୍ଦ୍ଦିନରେ  ଜୀବନ ସହ ଜୁଝୁଛନ୍ତି ସହରାଇ। ଦିନେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଡେଇଁ ପଡୁଥିବା ସହରାଇଙ୍କ ଉପରେ କେବେ ସରକାରଙ୍କ ନଜର ପଡୁଛି ତାକୁ ଅପେକ୍ଷା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe