Advertisment

ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଶତବାର୍ଷିକୀରେ ସ୍ମାରକୀ ମୁଦ୍ରା ଉନ୍ମୋଚିତ ହୋଇଛି। ଏହି ସ୍ୱତନ୍ତ୍ର ୧୦୦ ଟଙ୍କିଆ ଓ ୫ ଟଙ୍କିଆ ମୁଦ୍ରାକୁ ଶନିବାର ରାଜ୍ୟପାଳ ଏସ.ସି. ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଗତକାଲି ବିଜୁ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ମୁଦ୍ରା ଉନ୍ମୋଚିତ ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସହାୟତାରେ  ରାଜ୍ୟ ସଂସ୍କୃତି […]

ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚିତ

cm

Advertisment

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଶତବାର୍ଷିକୀରେ ସ୍ମାରକୀ ମୁଦ୍ରା ଉନ୍ମୋଚିତ ହୋଇଛି। ଏହି ସ୍ୱତନ୍ତ୍ର ୧୦୦ ଟଙ୍କିଆ ଓ ୫ ଟଙ୍କିଆ ମୁଦ୍ରାକୁ ଶନିବାର ରାଜ୍ୟପାଳ ଏସ.ସି. ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି।

Advertisment

ଗତକାଲି ବିଜୁ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ମୁଦ୍ରା ଉନ୍ମୋଚିତ ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସହାୟତାରେ  ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ପ୍ରୟାସ କରାଯାଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

ଭୁବନେଶ୍ୱରର ଜୟଦେବ ଭବନରେ ପାଳିତ ଉତ୍ସବରେ ବିନୋଦ କାନୁନଗୋଙ୍କ ଜ୍ଞାନ ମଣ୍ଡଳର ନୂତନ ସଂସ୍କରଣର ଉନ୍ମୋଚନ ହେବା ସହ ଏକ ଫଟୋ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ରାଜ୍ୟପାଳ ଏସ.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଅତୁନ ସବ୍ୟସାଚୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି ଏବଂ ବିଭାଗୀୟ ସଚିବ ପ୍ରମୁଖ  ଯୋଗ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe