ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଧିମା, ସମୀକ୍ଷା ହେଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାମାନଙ୍କ ଅନାଗ୍ରହ ଓ ଜିଲ୍ଲାସ୍ତରର ସଂଗଠନରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଏବେ ଧିମା ପଡ଼ିଯାଇଛି। ଚଳିତ ଥର ଉଭୟ ଅନଲାଇନ୍ ଓ ଅଫଲାଇନରେ ସଭ୍ୟ ସଂଗ୍ରହ ପାଇଁ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ନୂତନ ସଭ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ୨ ଲକ୍ଷ ଛୁଇଁନଥିବା ଜଣାପଡ଼ିଛି । ଏପରିକି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତି ୧୫ ଦିନରେ […]

naveen

naveen

Manoranjan Sial
  • Published: Friday, 20 September 2019
  • Updated: 20 September 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାମାନଙ୍କ ଅନାଗ୍ରହ ଓ ଜିଲ୍ଲାସ୍ତରର ସଂଗଠନରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଏବେ ଧିମା ପଡ଼ିଯାଇଛି। ଚଳିତ ଥର ଉଭୟ ଅନଲାଇନ୍ ଓ ଅଫଲାଇନରେ ସଭ୍ୟ ସଂଗ୍ରହ ପାଇଁ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ନୂତନ ସଭ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ୨ ଲକ୍ଷ ଛୁଇଁନଥିବା ଜଣାପଡ଼ିଛି । ଏପରିକି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତି ୧୫ ଦିନରେ ସମୀକ୍ଷା କରିବେ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ସୂଚନା ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଆଉ ଏସବୁ ଭିତରେ ଦଳ ପକ୍ଷରୁ ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ୱାର୍ଡରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ‘ଜନସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ଦଳୀୟ ନେତାମାନଙ୍କୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ସହ ଜଡ଼ିତ ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡି ଚଳିତ ମାସ ୨ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଖ୍ୟା ଦ୍ୱିଗୁଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦଳର ସଭ୍ୟ ସଂଖ୍ୟାର ପ୍ରକୃତ ଡାଟାବେସ୍ ଏବେ ନଥିବାରୁ ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ସଭ୍ୟଙ୍କ ରେକର୍ଡ ରଖିବା କାର୍ଯ୍ୟ ବିଜେଡି ହାତକୁ ନେଇଛି । ତେବେ ଅନଲାଇନରେ ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ନେତାମାନଙ୍କ ମଧ୍ୟରେ ଆନ୍ତରିକତା ନଥିବା ଓ ସଚେତନତା ଅଭାବରୁ ଗତ ୧୮ଦିନ ମଧ୍ୟରେ ଏହି ସଂଖ୍ୟା ୧ ଲକ୍ଷ ବି ଛୁଇଁପାରିନଥିବା ଜଣାପଡ଼ିଛି।

ସେହିପରି ଅଫଲାଇନରେ କିଏ କେତେ ସଭ୍ୟ ସଂଗ୍ରହ କରିଛନ୍ତି ତା’ର ସଠିକ୍ ହିସାବ ଏବେ ଦଳ ପାଖରେ ନାହିଁ । କାରଣ ଏବେବି ଅନେକ ଜିଲ୍ଲାରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ ହୋଇପାରିନି କି ସଭ୍ୟ ସଂଗ୍ରହ ନିମନ୍ତେ ସକ୍ରିୟ କର୍ମୀଙ୍କୁ ବି ନିଯୁକ୍ତି ଦିଆଯାଇପାରିନି। ସଭ୍ୟ ସଂଗ୍ରହ ପାଇଁ ବିଜେଡି ଯେଉଁ ଫର୍ମୂଲା ଦେଇଛି ତାକୁ ନେଇ ବି ତୃଣମୂଳ ସ୍ତରରେ ଦ୍ୱନ୍ଦ୍ୱ ଉପୁଜିଛି। ଅନେକ ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ଭାବେ ଦଳୀୟ ସଂଗଠନ ଚାଲିଥିବାବେଳେ ନବନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ତାକୁ ସମାଧାନ କରିବାକୁ ଆଗଭର ହେଉନାହାନ୍ତି । ଓଲଟା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ନାଁରେ ସଭା ଓ ଭୋଜିଭାତ କରି ପର୍ଯ୍ୟବେକ୍ଷକମାନେ ନିଜ ଦାୟିତ୍ୱ ଶେଷ କରୁଥିବାବେଳେ ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ ପାଇଁ ଗଠିତ ୭ ଜଣିଆ କମିଟି ବି ଦଳରେ ଏଭଳି ଗୋଷ୍ଠୀବିବାଦ ଦେଖି ଚୁପ୍ ରହୁଥିବା ଜଣାପଡ଼ିଛି । ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ନେତାମାନେ ବି ବିଷ ଓଗାଳିବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ୧୪୭ ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶରେ ଏବେ ସମାନ୍ତରାଳ ଦଳୀୟ ସଂଗଠନ ଚାଲିଛି। ସ୍ଥାନୀୟ ସ୍ତରରେ ନେତାଙ୍କ ମଧ୍ୟରେ ରହିଥିବା ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ହିଁ ଦଳୀୟ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସାଜିଥିବା ଜଣାପଡ଼ିଛି।

ସେପଟେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଗତ ୧୦ତାରିଖରେ ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସବୁ ଛାମୁଆ ସଂଗଠନର ପଦାଧିକାରୀ ଓ କର୍ମୀମାନଙ୍କୁ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଓ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି। ପଞ୍ଚାୟତସ୍ତରରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେବା ସହ ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story