ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ପାଳନ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ପାଳନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ରାଜ୍ୟ ସରକାର। ଏଥିରେ ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ଓ ଅନ୍ୟ ପ୍ରତିନିଧିମାନେ ରହିବେ। ଶତବାର୍ଷିକୀ ପାଳନର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ଲାଗି ଶୁକ୍ରବାର ୬ ଜଣ ମନ୍ତ୍ରୀଙ୍କୁ ନେଇ ବସିଥିବା ବୈଠକରେ ଏହି ବିଚାରବିମର୍ଶ କରାଯାଇଛି। ଆସନ୍ତା ମାର୍ଚ୍ଚ ୫ ବିଜୁବାବୁଙ୍କ ଜୟନ୍ତୀଠାରୁ ୨୦୧୭ ଏପ୍ରିଲ ୧୭ ଶ୍ରାଦ୍ଧବାର୍ଷିକୀ ପର୍ଯ୍ୟନ୍ତ ବିଜୁ ଶତବାର୍ଷିକୀ ପାଳନ କରାଯିବ। ରାଜ୍ୟ ଓ ରାଜ୍ୟ ବାହାରେ […]

biju pattanaik

biju pattanaik

Rakesh Mallick
  • Published: Friday, 18 December 2015
  • Updated: 18 December 2015, 03:01 PM IST

Sports

Latest News

meetingଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ପାଳନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ରାଜ୍ୟ ସରକାର। ଏଥିରେ ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ଓ ଅନ୍ୟ ପ୍ରତିନିଧିମାନେ ରହିବେ। ଶତବାର୍ଷିକୀ ପାଳନର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ଲାଗି ଶୁକ୍ରବାର ୬ ଜଣ ମନ୍ତ୍ରୀଙ୍କୁ ନେଇ ବସିଥିବା ବୈଠକରେ ଏହି ବିଚାରବିମର୍ଶ କରାଯାଇଛି। ଆସନ୍ତା ମାର୍ଚ୍ଚ ୫ ବିଜୁବାବୁଙ୍କ ଜୟନ୍ତୀଠାରୁ ୨୦୧୭ ଏପ୍ରିଲ ୧୭ ଶ୍ରାଦ୍ଧବାର୍ଷିକୀ ପର୍ଯ୍ୟନ୍ତ ବିଜୁ ଶତବାର୍ଷିକୀ ପାଳନ କରାଯିବ। ରାଜ୍ୟ ଓ ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ଏହି ଉତ୍ସବ ପାଳନ ଲାଗି ଯୋଜନା ରହିଛି।

ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ପାଳନ ନେଇ ଆଜି ପ୍ରାରମ୍ଭିକ ବୈଠକ ବସିଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବ। ବର୍ଷ ତମାମ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହେବ।

ଅନ୍ୟପକ୍ଷରେ ସରକାରୀ ସ୍ତରରେ ବିଜୁ ଶତବାର୍ଷିକୀ ପାଳନ ନେଇ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସବୁ ଦଳକୁ ସାମିଲ କରି ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ପାଳନ ନେଇ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଭଲ ହୋଇଥାଆନ୍ତା। ଫଳରେ ବିଜୁ ବାବୁଙ୍କ ପ୍ରତି ଏହା ଏକ ମିଳିତ ସମ୍ମାନ ହୋଇଥାଆନ୍ତା। କିନ୍ତୁ ସରକାର ସେପରି କରି ନାହାନ୍ତି। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି। ବିଜୁ ବାବୁଙ୍କ ନାମକୁ ବିଜେଡି କେବଳ ନିଜ ପାଇଁ ବ୍ୟବହାର କରୁଛି।

ସେହିପରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ଗୋପବନ୍ଧୁ ଦାସ ଓ ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ପାଳନ କଲେ ଜଣାପଡ଼ିବ ଯେ ପୂଜ୍ୟ ଲୋକ ତଥା ରାଜ୍ୟ ପ୍ରତି ଅବଦାନ ରହିଥିବା ବ୍ୟକ୍ତିମାନଙ୍କୁ ସରକାର ସମ୍ମାନ ଜଣାଉଛନ୍ତି। କିନ୍ତୁ ବିଜୁ ବାବୁଙ୍କ ନାମ ନେଇ ବିଜେଡି କେବଳ ରାଜନୈତିକ ଖେଳ ଖେଳିଆସୁଛି। ଏବେ ପୁଣି ଏହି ରାଜନୈତିକ ଖେଳ ଖେଳିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos