Advertisment

ଯାଜପୁର: ଶେଷରେ ବିକାଶଙ୍କ ଶବ ଗ୍ରହଣ କଲେ ପରିବାର ଲୋକେ

ଯାଜପୁର: ୨୯ ଦିନ ପରେ ଶ୍ରୀଲଙ୍କାରୁ ଫେରିଥିବା ଓଡ଼ିଆ ଶ୍ରମିକ ବିକାଶଙ୍କ ମୃତଦେହକୁ ଶେଷରେ ଆଜି ତାଙ୍କ ପରିବାର ଲୋକେ ଗ୍ରହଣ କରିଛନ୍ତି। ଗତ ରବିବାରଠାରୁ ବିକାଶଙ୍କ ମୃତଦେହ ତାଙ୍କ ଗାଁ ବରୀ ବ୍ଲକ୍ ଅନ୍ତର୍ଗତ ସାହୁପଡ଼ାରେ ପହଞ୍ଚି ସାରିଥିଲେ ସୁଦ୍ଧା ଆବଶ୍ୟକ କ୍ଷତିପୂରଣ ଓ କାଗଜପତ୍ର ଦାବି କରି ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଗତକାଲି ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ଶବ ଗ୍ରହଣ କରିବାକୁ ୭୨ ଘଣ୍ଟାର […]

ଯାଜପୁର: ଶେଷରେ ବିକାଶଙ୍କ ଶବ ଗ୍ରହଣ କଲେ ପରିବାର ଲୋକେ

bikash's-dead-body

Advertisment

bikash's-dead-bodyଯାଜପୁର: ୨୯ ଦିନ ପରେ ଶ୍ରୀଲଙ୍କାରୁ ଫେରିଥିବା ଓଡ଼ିଆ ଶ୍ରମିକ ବିକାଶଙ୍କ ମୃତଦେହକୁ ଶେଷରେ ଆଜି ତାଙ୍କ ପରିବାର ଲୋକେ ଗ୍ରହଣ କରିଛନ୍ତି। ଗତ ରବିବାରଠାରୁ ବିକାଶଙ୍କ ମୃତଦେହ ତାଙ୍କ ଗାଁ ବରୀ ବ୍ଲକ୍ ଅନ୍ତର୍ଗତ ସାହୁପଡ଼ାରେ ପହଞ୍ଚି ସାରିଥିଲେ ସୁଦ୍ଧା ଆବଶ୍ୟକ କ୍ଷତିପୂରଣ ଓ କାଗଜପତ୍ର ଦାବି କରି ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଗତକାଲି ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ଶବ ଗ୍ରହଣ କରିବାକୁ ୭୨ ଘଣ୍ଟାର ମହଲତ ଦେଇଥିଲେ। ଏହି ସମୟ ମଧ୍ୟରେ ସେମାନେ ଶବ ନ ନେଲେ ଏହାକୁ ଅଜଣା ଶବ ଘୋଷଣା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହା ପରେ ଆଜି ବିକାଶଙ୍କ ପରିବାର ଲୋକେ ତାଙ୍କ ଶବ ଗ୍ରହଣ କରିଛନ୍ତି।

Advertisment

ବିକାଶ ଶ୍ରୀଲଙ୍କାରେ ରହି କାମ କରୁଥିବା ବେଳେ ସେଠାରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା।  ହେଲେ ଶ୍ରୀଲଙ୍କାରୁ ତାଙ୍କର ଶବ ଆସିବା ବିଳମ୍ୱ ହୋଇଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ୨୯ ଦିନ ପରେ ଗତ ୨୨ତାରିଖରେ ବିକାଶଙ୍କ ଶବ ତାଙ୍କ ଗାଁ ସାହୁପଡ଼ାରେ ପହଞ୍ଚିଥିଲା। ତେବେ ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ଶବକୁ ଗ୍ରହଣ କରି ନ ଥିଲେ। ଫଳରେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶବକୁ ଯାଜପୁର ମେଡିକାଲ ଅଣାଯାଇ ଶବାଗାରରେ ରଖାଯାଇଥିଲା ଏବଂ ଶବ ନେବା ପାଇଁ ବିକାଶଙ୍କ ବାପାଙ୍କୁ ୭୨ ଘଣ୍ଟାର ନୋଟିସ୍ ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe