Advertisment

ଗଛରେ ପିଟିହେଲା ବାଇକ୍, ୩ ମୃତ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଘନସରା ରବଗାଁ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଆପାଚି ବାଇକରେ ଏମାନେ ଯାଉଥିଲେ। ମୃତକମାନେ ସାଙ୍କବାହାଲର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ମୁତାବକ, ସେମାନେ ବାଇକ୍‌ରେ ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବଡ଼ ଶାଳଗଛରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ଖବର ପାଇ ଗଡ଼ପୋଷ ଫାଣ୍ଡି […]

author-image
Niranjan Mishra
ଅଦ୍ୟତନ ହୋଇଛି
କମେଣ୍ଟରୁ ପିଟାପିଟି, ଗଲା ଦୁଇ ଜଣଙ୍କ ଜୀବନ

accident

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଘନସରା ରବଗାଁ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଆପାଚି ବାଇକରେ ଏମାନେ ଯାଉଥିଲେ। ମୃତକମାନେ ସାଙ୍କବାହାଲର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ସେମାନେ ବାଇକ୍‌ରେ ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବଡ଼ ଶାଳଗଛରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ଖବର ପାଇ ଗଡ଼ପୋଷ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆମ୍ବୁଲାନ୍ସ ଜରିଆରେ ଦୁର୍ଘଟଣା ସ୍ଥଳରେ ପଡ଼ିଥିବା ସମସ୍ତ ବ୍ୟକ୍ତିଙ୍କୁ ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସମସ୍ତ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲା।

କେଉଁ ପରିସ୍ଥିତିରେ ଘଟଣା ଘଟିଲା ଓ ମୃତକଙ୍କ ପରିଚୟ ଖୋଜିବାକୁ ପୁଲିସ ଅଧିକ ତଦନ୍ତ ଚଳାଇଛି।

Advertisment